ମହାକାଳଙ୍କ ଶରଣରେ 'ଅନୁପମା' ତାରକା ରୂପାଲି-ଆଶିଷ
🎬 Watch Now: Feature Video
Published : Jan 7, 2024, 11:42 AM IST
Rupali Ganguly Visits Mahakaleshwar Temple: ଭୋପାଳ: ଲୋକପ୍ରିୟ ଟିଭି ଶୋ' 'ଅନୁପମା' ଫେମ ଅଭିନେତ୍ରୀ ରୂପାଲି ଗାଙ୍ଗୁଲି ଉଜୈନ ସ୍ଥିତ ମହାକାଳ ବାବାଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି । ସେ ବାବାଙ୍କ ଭସ୍ମ ଆରତୀ ସମୟରେ ଯୋଗ ନେଇ ଆଶୀର୍ବାଦ ନେଇଛନ୍ତି । ଏହି ସମୟରେ ସହ ତାରକା ଆଶିଷ ମଧ୍ୟ ରୂପାଲିଙ୍କ ସହ ବାବାଙ୍କ ଦର୍ଶନ କରିଛନ୍ତି । ବାବାଙ୍କ ଦର୍ଶନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରୂପାଲି କହିଛନ୍ତି ଯେ, ଆଜି ମୁଁ ଯାହା ବି କିଛି ଅଛି ବାବା ମହାକାଳଙ୍କ ଆଶୀର୍ବାଦ ପାଇଁ । ୨୦୦୨ରେ ମୁଁ ଯେବେ ପ୍ରଥମ ଥର ବାବାଙ୍କ ଦର୍ଶନ ପାଇଁ ଏଠାକୁ ଆସିଥିଲି, ସେହି ଦିନ ମୋତେ ଧାରାବାହିକ 'ଅନୁପମା' ପାଇଁ ଅଫର ମିଳିଥିଲା । ସେହି ଦିନଠାରୁ ମୋତେ ବାବାଙ୍କ ଦର୍ଶନ କରିବାକୁ ଇଚ୍ଛା ହୁଏ । ମୁଁ ଏଠାକୁ ଆସିଯାଏ । ବାବା ମହାକାଳଙ୍କୁ କିଛି ମାଗିବାର ନାହିଁ । ତାଙ୍କ ଆର୍ଶୀବାଦ ସର୍ବଦା ମୋ ଉପରେ ଏବଂ ମୋ ପରିବାର ଉପରେ ରହିଥାଉ ବୋଲି କାମନା କରୁଛି ।
ସୂଚନା ଥାଉକି, ୭ ବର୍ଷ ବୟସରେ ରୂପାଲି ତାଙ୍କ ବାପା ଅନୀଲ ଗାଙ୍ଗୁଲିଙ୍କ ଫିଲ୍ମ 'ସାହେବ'ରେ ୧୯୮୫ ମସିହାରୁ ଶିଶୁ କଳାକାର ଭାବେ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ସେ ୨୦୦୪ କମେଡି ଶୋ' 'ଶାରାଭାଇ ବନାମ ଶାରାଭାଇ'ରେ ମନୀଷା ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଥିଲେ । ପରେ ସେ 'ବା ବୋହୂ ଔର ବେବି', 'ପରବରିସ୍-କୁଛ ଖଟି କୁଛ ମିଠି', ସଞ୍ଜିବନୀ ପରି ଅନେକ ଧାରାବାହିକରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ବାବା ମହାକାଳେଶ୍ବରଙ୍କ ଶରଣରେ ଅଭିନେତ୍ରୀ ମାହିରା ଶର୍ମା