Ugadi festival: ଆନ୍ଧ୍ରରେ ଅଦ୍ଭୁତ ପରମ୍ପରା, ପରସ୍ପରକୁ ଘସି ଫୋପାଡନ୍ତି ଗ୍ରାମବାସୀ - ଆନ୍ଧ୍ରପ୍ରଦେଶରେ ଘସି ଫିଙ୍ଗା ପର୍ବ

🎬 Watch Now: Feature Video

thumbnail

By

Published : Apr 4, 2022, 4:44 PM IST

Updated : Feb 3, 2023, 8:22 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାର ଅନ୍ତର୍ଗତ କୈରୁପ୍ପାଲା ଗାଁରେ ଦେଖିବାକୁ ମିଳିଛି ଭିନ୍ନ ଏକ ପରମ୍ପରା । ଉଗାଦି ଦିନ ଦେଖିବାକୁ ମିଳିଥାଏ ଏହି ଭିନ୍ନ ପରମ୍ପରା । ପୁରାଣ ଅନୁସାରେ ଗାଁର ଆରାଧ୍ୟ ଦେବତା ପ୍ରଭୁ ବୀରଭଦ୍ର ସ୍ବାମୀ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ବାହାରକୁ ଆସିଥାନ୍ତି । ଏହି ସମୟରେ ଏକ ପରମ୍ପରା ଦେଖିବାକୁ ମିଳିଥାଏ । ଏହାକୁ ସାଧାରଣତଃ ଗୋବର ଫିଙ୍ଗା ପର୍ବ କୁହାଯାଇଥାଏ । ପ୍ରତିବର୍ଷ ଉଗାଦି ପର୍ବ ଦିନ ଗାଁ ଲୋକେ ପିଡାକଳା ସମରାମ ଦ୍ବାରା ଏହି ଗୋବର ପ୍ରସ୍ତୁତ ଘସିକୁ ପରସ୍ପର ଉପରକୁ ଫିଙ୍ଗିଥାନ୍ତି । ତେବେ ଗାଁ ଲୋକେ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇ ପରସ୍ପରକୁ ଘସି ଫିଙ୍ଗିଥାନ୍ତି । ଶହେ ବର୍ଷ ତଳର ଏହି ପରମ୍ପରା ଏଯାବତ୍‌ ଗାଁ ଲୋକେ ପାଳନ କରି ଆସୁଥିବାବେଳେ ଉତ୍ସବ ଦେଖିବା ଲାଗି ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କୁ ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳିଥାଏ । ବ୍ଯୁରୋ ରିପୋର୍ଟ ଇଟିଭି ଭାରତ
Last Updated : Feb 3, 2023, 8:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.