ଅକ୍ଷୟ ତୃତୀୟା: ବାଲୁକା କଳାରେ ଶୁଭେଚ୍ଛା ବାର୍ତ୍ତା - berhampur
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-6951313-267-6951313-1587911949021.jpg)
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବ୍ରହ୍ମପୁରର ବାଲୁକାଶିଳ୍ପୀ ସତ୍ୟ ମହାରଣାଙ୍କ ପକ୍ଷରୁ କରାଯାଇଛି ସ୍ୟାଣ୍ଡ ଆନିମେସନ୍ । ଶିଳ୍ପୀ ଜଣଙ୍କ ନିଜର କଳାକୃତ୍ତିରେ ରାଜ୍ୟବାସୀ ତଥା ବିଶେଷ କରି ଚାଷୀ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ କୋରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରୀ ନିୟମ କଡ଼ାକଡ଼ି ପାଳନ କରିବାକୁ ଆହ୍ବାନ କରି ବାର୍ତ୍ତା ପ୍ରଦାନ କରିଛନ୍ତି । କୃଷି କାର୍ଯ୍ୟ ଏବଂ ବାହାରକୁ ବାହାରିବା ସମୟରେ ସାମାଜିକ ଦୂରତା ନିଶ୍ଚୟ ବଜାୟ ରଖିବାକୁ ଅନୁରୋଧ କରି ଘରେ ରୁହନ୍ତୁ ସୁରକ୍ଷିତ ରହିବା ସହ ସମସ୍ତେ ମିଳିମିଶି ଏ ମହାମାରୀର ମୁକାବିଲା କରିବାକୁ ବାର୍ତ୍ତା ଦେଇଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ