ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ

By

Published : Jun 23, 2020, 6:02 PM IST

thumbnail
ପୁରୀ: ଶରଧାବାଲିରେ ଲାଗି ସାରିଛି ତିନି ରଥ । ଶ୍ରୀଜୀଉ ଆସି ପହଞ୍ଚିଛନ୍ତି ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ । ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ବାଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିଛି । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସେବାୟତମାନେ ତିନି ରଥକୁ ଟାଣିଟାଣି ଆଣି ଶ୍ରୀଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚାଇଛନ୍ତି । ଘଣ୍ଟଘଣ୍ଟା, କାହାଳୀ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇଛି ଚାରିଦିଗ । ସେପଟେ ରଥଯାତ୍ରାରେ ଆଜି ଭକ୍ତଶୂନ୍ୟ ହୋଇପଡିଥିଲା ବଡଦାଣ୍ଡ । ଭକ୍ତ ମନରେ ମହାପ୍ରଭୁଙ୍କ ରଥକୁ ଟାଣି ନ ପାରିବାର ଦୁଃଖ ରହିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.