ସ୍ମାର୍ଟସିଟିରେ ଆରମ୍ଭ ହେଲା ସେରୋଲୋଜି ଟେଷ୍ଟ - serology test
🎬 Watch Now: Feature Video
ଭୁବନେଶ୍ବର: କୋରୋନା ସଂକ୍ରମଣ ରୋକିବାକୁ ରାଜଧାନୀରେ ଆରମ୍ଭ ହେଲା ସେରୋଲୋଜି ଟେଷ୍ଟ । ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଆଇସିଏମଆର ଓ ବିଏମସି ମିଳିତ ଉଦ୍ୟମରେ ସେରୋଲୋଜି ଟେଷ୍ଟ ଆରମ୍ଭ ହୋଇଛି । ବିଭିନ୍ନ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ୱାର୍ଡରେ ଏହି ଟେଷ୍ଟ ହେବ ବୋଲି ଜଣାପଡିଛି । ରାଜଧାନୀରେ କୋରୋନା ସଂଖ୍ୟା ବଢୁଥିବାରୁ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ । ସୂଚନାଥାଉକି, ଭୁବନେଶ୍ବରରେ ସମୁଦାୟ 640 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 314 ଜଣ ସୁସ୍ଥ ହୋଇଛନ୍ତି । ସେହିପରି 8 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 317ଟି ସକ୍ରିୟ ମାମଲା ରହିଛି ।