କ୍ରିକେଟ ପ୍ରେମରେ କଟକ ପୁଅ: ବ୍ରାଡମ୍ୟାନ ଠୁ ବିରାଟଙ୍କ ଯାଏଁ ସଂଗ୍ରହ କଲେଣି 5 ହଜାର ଅଟୋଗ୍ରାଫ - Saroj ranjan kar
🎬 Watch Now: Feature Video
କଟକ: କ୍ରିକେଟ; ଆମ ଦେଶରେ ଏହା କେବଳ ଏକ ଗେମ୍ ନୂହେଁ । ଏହା ପ୍ରତିଟି କ୍ରୀଡାପ୍ରେମୀଙ୍କ ପାଇଁ ଏକ ଇମୋସନ । କାହାର ଇଚ୍ଛା ଥାଏ ମୁଁ ଜଣେ ଭଲ ବ୍ୟାଟ୍ସମ୍ୟାନ ହେବି, ଆଉ କିଏ ଭାବେ ମୁଁ ଭଲ ବୋଲର ଟେ ହେବି । କିନ୍ତୁ ସବୁ ଇଚ୍ଛା ପୁରଣ ହୁଏ ନାହିଁ ସତ, ମାତ୍ର କ୍ରିକେଟ ପ୍ରତି ସେହି ଭଲ ପାଇବା କେବେ କମି ନଥାଏ ଜଣେ କ୍ରୀଡା ପ୍ରେମୀର । ଭିନ୍ନ ଭିନ୍ନ ଉପାୟରେ ସେ କ୍ରିକେଟ ସହ ଯୋଡି ହୋଇ ରହିଥାଏ । ଆଉ ଏମିତି ଜଣେ ନିଆରା କ୍ରିକେଟ ପ୍ରେମୀ ହେଉଛନ୍ତି କଟକର 45 ବର୍ଷିୟ ସରୋଜ ରଞ୍ଜନ କର । ଯିଏ କି 90 ଦଶକରୁ ଆଜି ପର୍ଯ୍ୟନ୍ତ ସାଉଁଟିଲେଣି 5 ହଜାରୁ ଉର୍ଦ୍ଧ୍ଵ କ୍ରିକେଟରଙ୍କ ଅଟୋଗ୍ରାଫ । ଯେଉଁଥିରେ ସାମିଲ ଅଛି ସାର ଡ଼ନ ବ୍ରାଡମ୍ୟାନଙ୍କ ଠାରୁ ଆରମ୍ଭ କରି କ୍ଲାଇବ ଲଏଡ, ବ୍ରାଏନ ଲାରା, ଗ୍ୟାରୀ ସୋବର୍ସ, ସାର ଭିଭିଆନ ରିଚାର୍ଡସ ଓ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଅଟୋଗ୍ରାଫ । ତେବେ କେବଳ ଅଟୋଗ୍ରାଫ ନୂହେଁ ବିଭିନ୍ନ ଐତିହାସିକ କ୍ରିକେଟ କିଟ ଯେମିତି କି ବ୍ୟାଟ, ଗ୍ଲୋବସ, ବଲ ,ୱିକେଟ ଓ କିଛି ଦେଶର କ୍ରିକେଟ ଜର୍ସି ମଧ୍ୟ ସାଇତି ରଖିଛନ୍ତି ସରୋଜ ।