thumbnail

By

Published : Dec 28, 2020, 7:46 PM IST

ETV Bharat / Videos

ଶ୍ରୀମନ୍ଦିରରେ ବେଆଇନ ପ୍ରବେଶ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା

ପୁରୀ: ଶ୍ରୀମନ୍ଦିରରେ ବେଆଇନ ପ୍ରବେଶ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ନରମ ମନୋଭାବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମନ୍ଦିରରେ କୋଭିଡ କଟକଣା ନମାନି ସତ୍ୟବାଦୀ ତହସିଲଦାର ମନୋଜ ନାୟକ ସୁରକ୍ଷା କର୍ମୀଙ୍କ ବାରଣ ସତ୍ତ୍ବେ ପତ୍ନୀଙ୍କ ସହ ଶ୍ରୀମନ୍ଦିରକୁ ଉତ୍ତର ଦ୍ବାର ଦେଇ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ତେବେ ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଥିବା ବେଳେ ସେହି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା। ତେବେ ଏହି ପ୍ରସଙ୍ଗରେ ପୁରୀ ଜିଲାପାଳ ବଲବନ୍ତ ସିଂଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ଦୃଷ୍ଟି ଆକର୍ଷଣ କରିଥିବାବେଳେ ଜିଲ୍ଲାପାଳ କହିଛନ୍ତି ଯେ ଏହି ଘଟଣାର ତଦନ୍ତ କରିଛନ୍ତି । ତେବେ ତଦନ୍ତ ଅନୁଯାୟୀ ସତ୍ୟବାଦୀ ତହସିଲଦାର ଶ୍ରୀମନ୍ଦିର ପ୍ରବେଶ କରିଥିଲେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରି ନାହାଁନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.