ମାସ୍କ ନପିନ୍ଧି ହଟହଟା ହେଲେ ପେଟ୍ରୋଲ ପମ୍ପ କର୍ମଚାରୀ, ଜରିମାନା ବଦଳରେ ବସଉଠ - ପେଟ୍ରୋଲ ପମ୍ପ କର୍ମଚାରୀ
🎬 Watch Now: Feature Video
ବ୍ରହ୍ମପୁର: ମାସ୍କ ନ ପିନ୍ଧି ହଟହଟା ହେଲେ ପେଟ୍ରୋଲ ପମ୍ପ କର୍ମଚାରୀ । ମହାମାରୀ କୋରୋନାରୁ ବର୍ତ୍ତିବାକୁ ହେଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବାବେଳେ ଗଞ୍ଜାମ ଜିଲ୍ଲାର ହୁମା ନିକଟରେ ରହିଥିବା ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ମାସ୍କ ପିନ୍ଧି ନଥିଲେ । ଫଳରେ ଜରିମାନା ବଦଳରେ ତାଙ୍କୁ ବସଉଠ ହେବାକୁ ପଡିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସ୍ଥାନୀୟ ତହସିଲଦାର ପେଟ୍ରୋଲ ପମ୍ପକୁ ଗାଡିରେ ତେଲ ପକାଇବା ପାଇଁ ଯାଇଥିଲେ । ସେହି ସମୟରେ କର୍ମଚାରୀ ଜଣଙ୍କ ମାସ୍କ ପିନ୍ଧିନ ଥିବା ଦେଖି ତାଙ୍କ ନଜରରେ ପଡିଥିଲା । ପରେ ସେ ଉକ୍ତ କର୍ମଚାରୀଙ୍କୁ ବସ ଉଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ସେହି ସମୟ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା, ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।