thumbnail

By

Published : Nov 18, 2020, 7:44 PM IST

ETV Bharat / Videos

ପାର୍କରେ ହେବ ଜଳ ସଂରକ୍ଷଣ, କୃତ୍ରିମ ବନ୍ୟାରେ ଉବୁଟୁବୁ ହେବନି ଭୁବନେଶ୍ବର !

ଭୁବନେଶ୍ବର: ପାର୍କରେ ହେବ ବର୍ଷା ଜଳ ସରଂକ୍ଷଣ । ସ୍ମାର୍ଟସିଟି ଭୁବନେଶ୍ବର ସ୍ମାର୍ଟ ଉପାୟରେ ସଂରକ୍ଷିତ ହେବ ବର୍ଷା ଜଳ । ହଜାର ହଜାର ଲିଟର ବର୍ଷା ଜଳ ନଷ୍ଟ ହେଉଛି । ଯାହାକୁ ସଂରକ୍ଷଣ କରିବା ପାଇଁ ଉଦ୍ୟମ କରିଛି ବିଡିଏ । 22.5 ଏକର ଜମିରେ ହୋଇଥିବା ବିଜୁ ପଟ୍ଟନାୟକ ପାର୍କରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି । ପ୍ରାୟ 8 ଲକ୍ଷ ଟଙ୍କା ବ୍ୟୟରେ 14ଟି ବର୍ଷା ଜଳ ସଂରକ୍ଷିତ ପିଟ୍‌ ନିର୍ମାଣ ହୋଇଛି । 20ଟି ଡ୍ରେନ ନିର୍ମାଣ କରାଯାଇ ଏହି ପିଟ୍‌ରେ ବର୍ଷା ଜଳକୁ ଛାଡିବାର ବ୍ୟବସ୍ଥା କରାଯାଇଛି । ଏହାକୁ ସାରିବାକୁ ପାଖାପାଖି ଦୁଇ ମାସ ସମୟ ଲାଗିଥିବାବେଳେ ଏହା ଭୂତଳ ଜଳକୁ ବୃଦ୍ଧି କରିବାରେ ସହାୟକ ହେବ ବୋଲି କୁହାଯାଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.