thumbnail

By

Published : Nov 10, 2020, 4:30 PM IST

ETV Bharat / Videos

ଆବର୍ଜନାରୁ ହେବ ଖତ, କମିବ ପ୍ରଦୂଷଣ

ଭୁବନେଶ୍ବର: ସ୍ମାର୍ଟସିଟିରେ ନୂଆ ସମ୍ଭାବନା । ପ୍ରଦୂଷଣ ରୋକିବ ଆବର୍ଜନାରୁ ପ୍ରସ୍ତୁତ ଖତ । ରାଜଧାନୀ ଭୁବନେଶ୍ବରରେ କାର୍ଯ୍ୟକ୍ଷମ ହୋଇଛି ପ୍ରଥମ ମାଇକ୍ରୋ କମ୍ପୋଷ୍ଟିଙ୍ଗ୍ ସେଣ୍ଟର(MCC)। ବିଏମସି ଅଧୀନରେ ପରିଚାଳିତ ଏହି ଏମସିସିରେ ଦୈନିକ 5 TPD ଆବର୍ଜନାରୁ ପ୍ରସ୍ତୁତ ହେବ ଖତ । ଆବର୍ଜନାରୁ ପୃଥକୀକରଣ ହୋଇ ଯେଉଁ ଜୈବିକ ଖତ ପ୍ରସ୍ତୁତ ହେବ ତାହା ପରିବେଶକୁ ସୁସ୍ଥ ରଖିବା ସହିତ ଫସଲ ପାଇଁ ବେଶ ଉପଯୋଗୀ ହେବ । ୩ଟି ଜୋନରେ ଆରମ୍ଭ ହେବ ପ୍ରାୟ ୪୩ଟି ଏମସିସି । ସବୁଠୁ ବଡ କଥା ହେଉଛି ଏମସିସିର ପରିଚାଳନା ଦାୟିତ୍ବ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ହାତରେ ଦିଆଯାଇଛି ଯାହାର ନୀତିଗତ ନିଷ୍ପତ୍ତି ନେଇଛି ବିଏମସି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.