thumbnail

ଲଘୁଚାପ ବର୍ଷାରେ ବେହାଲ ଭୁବନେଶ୍ବର

By

Published : Oct 3, 2020, 9:56 PM IST

ଭୁବନେଶ୍ୱର: ପ୍ରବଳ ବର୍ଷାରେ ଘାଇଲା ଭୁବନେଶ୍ୱର । ବମିଖାଲ ଓଭର ବ୍ରିଜ ତଳେ ଜମିଲା ବର୍ଷା ପାଣି । ଫଳରେ ଯାତାୟତ ପାଇଁ ସାଧାରଣ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଶନିବାର, ଲଘୁଚାପ ଜନିତ ପ୍ରବଳ ବର୍ଷାରେ ବେହାଲ ସ୍ମାର୍ଟସିଟି ଭୁବନେଶ୍ୱର । ସହରର ବିଭିନ୍ନ ସ୍ଥାନରେ ବର୍ଷା ଜଳ ପୋଖରୀର ଭ୍ରମ ସୃଷ୍ଟି କରୁଛି । ଗୋଟିଏ ପଟେ ଡ୍ରେନେଜ ବ୍ୟବସ୍ଥା ନେଇ ବିଏମସି ଯେତେ ସଫେଇ ରଖୁଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହେଉନି । ଅଳ୍ପ କିଛି ସମୟର ବର୍ଷା ଡ୍ରେନେଜ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଠିଆ କରୁଛି । ଅନ୍ୟପଟେ ଅସରାଏ ବର୍ଷା ହେଲେ ରାସ୍ତା ଘାଟରେ ପାଣି ଜମିବା ଭୁବନେଶ୍ୱରରେ ନିତିଦିନିଆ ଘଟଣା ହୋଇଗଲାଣି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.