ETV Bharat / technology

Maruti Celerioର ଲିମିଟେଡ ଏଡିସନ ଲଞ୍ଚ; କେବଳ ଏହି ତାରିଖ ପର୍ଯ୍ୟନ୍ତ ବିକ୍ରି - MARUTI CELERIO LIMITED EDITION

ମାରୁତି ସୁଜୁକି Celerioର ଲିମିଟେଡ ଏଡିସନ ଭାରତରେ ଲଞ୍ଚ କରିଛି । ଏହାର ଦାମ କେତେ ଓ କଣ କଣ ଅତ୍ୟାଧୁନିକ ଫିଚର ମିଳିବ ଆସନ୍ତୁ ଜାଣିବା...

MARUTI CELERIO LIMITED EDITION
MARUTI CELERIO LIMITED EDITION (Photo Credit- Maruti Suzuki)
author img

By ETV Bharat Tech Team

Published : 2 hours ago

ହାଇଦ୍ରାବାଦ: ଜାପାନୀ ଅଟୋମେକର କମ୍ପାନୀ ମାରୁତି ସୁଜୁକି ଭାରତରେ ସେଲେରିଓ ଲିମିଟେଡ ଏଡିସନ କାର ଲଞ୍ଚ କରିଛି । ସେଲେରିଓର ଏହି ଲିମିଟେଡ ଏଡିସନ 11,000 ଟଙ୍କା ମୂଲ୍ୟର ସ୍ବତନ୍ତ୍ର ଆସେସୋରିଜ୍ ପ୍ୟାକ୍ ସହିତ ଆସିଛି, ଯାହାକି ବର୍ଷ ଶେଷରେ କିଣିବା ପାଇଁ ଏକ ଆକର୍ଷଣୀୟ ବଜେଟର କାର୍ ହୋଇପାରେ । ତେବେ ଆସନ୍ତୁ ଜାଣିବା ଲିମିଟେଡ ଏଡିସନ ମାରୁତି ସୁଜୁକି ସେଲେରିଓରେ ଗ୍ରାହକଙ୍କୁ କଣ ନୂଆ ମିଳିବାକୁ ଯାଉଛି ।

ଦାମ ଓ ବୈଧତା:-

ମାରୁତି ସୁଜୁକି ସେଲେରିଓ ଲିମିଟେଡ୍ ଏଡିସନର ମୂଲ୍ୟ 4.99 ଲକ୍ଷ ଟଙ୍କା (ଏକ୍ସ-ଶୋ’ରୁମ୍, ଦିଲ୍ଲୀ) ରହିଛି । ଏହାର 11,000 ଟଙ୍କା ମୂଲ୍ୟର ଏକ୍ସକ୍ଲୁସିଭ୍ ଆସେସୋରିଜ୍ ସହିତ ମାଗଣାରେ ଉପଲବ୍ଧ ଅର୍ଥାତ ଆପଣଙ୍କୁ ଅତିରିକ୍ତ ଟଙ୍କା ଦେବାକୁ ପଡି଼ବ ନାହିଁ । ଧ୍ୟାନ ଦେବା କଥା ହେଉଛି ଏହି ଅଫର କେବଳ 2024 ଡିସେମ୍ବର 20 ପର୍ଯ୍ୟନ୍ତ ବୈଧ ଅଟେ । ସମ୍ଭାବ୍ୟ ଗ୍ରାହକଙ୍କ ପାଇଁ ଡିଲକୁ ଆହୁରି ସୁଲଭ କରିବା ପାଇଁ ନୂତନ ମାରୁତି ସୁଜୁକି ସେଲେରିଓ ଲିମିଟେଡ୍ ଏଡିସନ ଚଳିତ ବର୍ଷ ଶେଷରେ ପୁଣି ଉପଲବ୍ଧ ହୋଇଛି । ମାଗଣା ଆକ୍ସେସୋରିଜ୍ ବିଷୟରେ କହିବାକୁ ଗଲେ, ଏହି ତାଲିକାରେ ଏକ ବାହ୍ୟ ବଡି କିଟ୍, କ୍ରୋମ୍ ଇନ୍ସର୍ଟ ସହିତ ସାଇଡ୍ ମୋଲିଡିଂ ଏବଂ ଏକ ରୁଫ୍‌ ସ୍ପାଇଲର ଅନ୍ତର୍ଭୁକ୍ତ । ଏହା ବ୍ୟତୀତ କ୍ୟାବିନରେ ଟ୍ବିନ କଲର ଡୋର ସିଲ୍ ଗାର୍ଡ ଏବଂ ଫ୍ୟାନ୍ସି ଫ୍ଲୋର୍ ମ୍ୟାଟ୍ ଉପଲବ୍ଧ ।

Maruti Suzuki Launched Limited Edition For Celerio
Maruti Suzuki Launched Limited Edition For Celerio (Photo Credit- Maruti Suzuki)

ସ୍ପେଶିଫିକେସନ ଓ ଫିଚର:-

ଏହି ନୂଆ ହ୍ୟାଚବ୍ୟାକ୍‌ ସେଲେରିଓର ଡ୍ରିମ ସିରିଜ ମଧ୍ୟରେ ଅନ୍ତର୍ଭୁକ୍ତ, ଯାହାକି ଚଳିତ ବର୍ଷ ପ୍ରାରମ୍ଭରୁ ବଜାରରେ ଉପଲବ୍ଧ ହୋଇଥିଲା । ଲିମିଟେଡ ଏଡିସନ ପୁରୁଣା ମଡେଲଠାରୁ ଅପଗ୍ରେଡ ହୋଇଥିବା ବେଳେ ଏଥିରେ ଅନେକ ନୂଆ ଫିଚର ଓ ଫ୍ୟୁଚରିଷ୍ଟିକ ଆକ୍ସେସୋରିଜ ମିଳିବାକୁ ଯାଉଛି ।

ଏଥିରେ ଉପଲବ୍ଧ ଫିଚରଗୁଡିକ ଉପରେ ନଜର ପକାଇଲେ, ଏହି ହ୍ୟାଚବ୍ୟାକ୍‌ର ଟପ୍-ସ୍ପେକ୍ ଭାରିଏଣ୍ଟରେ ସ୍ମାର୍ଟଫୋନ ନେଭିଗେସନ ସହିତ 7-ଇଞ୍ଚ ଟଚସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ୍ ଅଛି । ଏହା ଆପଲ୍ କାରପ୍ଲେ ଏବଂ ଆଣ୍ଡ୍ରଏଡ୍ ଅଟୋ କନେକ୍ଟିଭିଟିକୁ ସମର୍ଥନ କରେ । ଏହା ବ୍ୟତୀତ ଚାବିହୀନ ଏଣ୍ଟ୍ରି, ପୁସ୍-ବଟନ୍ ଷ୍ଟାର୍ଟ-ଷ୍ଟପ୍ ଏବଂ ଆହୁରି ଅନେକ ଫିଚର ଉପଲବ୍ଧ । ସୁରକ୍ଷା ଫିଚର ବିଷୟରେ କହିବାକୁ ଗଲେ ଏଥିରେ ଡୁଆଲ୍ ଏୟାରବ୍ୟାଗ, ଏବିଏସ୍ ସହିତ ଏବିଏସ୍, ଇଏସପି, ରିଭର୍ସ ପାର୍କିଂ ସେନ୍ସର ଏବଂ AMT ପ୍ରକାରରେ ହିଲ୍‌ ହୋଲ୍ଡ ଆସିଷ୍ଟାଣ୍ଟ ଅନ୍ତର୍ଭୁକ୍ତ ।

ଏହା ବି ପଢନ୍ତୁ
  1. ଅଟୋ ସେଲ୍‌ ନଭେମ୍ବର 2024: Marutiର ବମ୍ଫର ବିକ୍ରି; ଖସିଲା Hyundai
  2. ଭାରତରେ ଲଞ୍ଚ୍‌ ହେଲା 2024 Maruti Dzire; ମିଳିଛି 5-ଷ୍ଟାର ସେଫ୍ଟି ରେଟିଂ, ଦାମ ଏତିକି

ନୂତନ ଲିମିଟେଡ ଏଡିସନ ସେଲେରିଓର ସ୍ପେଶିଫିକେସନ ଦେଖିଲେ, ଏଥିରେ କୌଣସି ଯାନ୍ତ୍ରିକ ପରିବର୍ତ୍ତନ କରାଯାଇ ନାହିଁ । ଏହି ଏଣ୍ଟ୍ରି-ଲେଭଲ୍ ହ୍ୟାଚବ୍ୟାକ୍ ଭଳି 1.0-ଲିଟର, 3-ସିଲିଣ୍ଡର, କେ-ସିରିଜ୍ ପେଟ୍ରୋଲ୍ ଇଞ୍ଜିନ ରହିଛି, ଯାହାକି 66bhp ଶକ୍ତି ଏବଂ 89 Nm ପିକ୍‌ ଟର୍କ ଉତ୍ପାଦନ କରିଥାଏ । ଏହା 5-ସ୍ପିଡ୍ ମାନୁଆଲ୍ ଏବଂ AMT ଗିଅରବକ୍ସ ସହିତ ଯୋଡି ହୋଇଛି । ସମାନ ଇଞ୍ଜିନ୍ CNG ପ୍ରକାରରେ ଡିଟ୍ୟୁନ୍‌ ସେଟଅପ୍ ସହିତ ଆସିଛି । CNG ଇନ୍ଧନରେ ଏହି ଇଞ୍ଜିନ୍ 56bhp ଶକ୍ତି ଏବଂ 82.1 Nm ପିକ୍‌ ଟର୍କ ଉତ୍ପାଦନ କରେ । ଏହା କେବଳ 5-ସ୍ପିଡ୍ ମାନୁଆଲ୍ ଗିଅରବକ୍ସ ସହିତ ଯୋଡି ହୋଇଛି ।

Maruti Suzuki Celerioର ମାଇଲେଜ କେତେ ?

ମାରୁତି ସେଲେରିଓ ଦେଶରେ ଉପଲବ୍ଧ ସବୁଠୁ ଅଧିକ ଫ୍ୟୁଲ ଏଫିସିଏଣ୍ଟ କାର ମଧ୍ୟରୁ ଗୋଟିଏ, ଯେଉଁଥିରେ ପେଟ୍ରୋଲ ମ୍ୟାନୁଆଲ୍‌ ଭାରିଏଣ୍ଟ 25.24 କିଲୋମିଟର ପ୍ରତି ଲିଟର ମାଇଲେଜ ପ୍ରଦାନ କରିଥାଏ । ଯେତେବେଳେ କି ପେଟ୍ରୋଲ-AMT ଭାରିଏଣ୍ଟ ପ୍ରତି ଲିଟର ପିଛା 26.68 କିଲୋମିଟର ପର୍ଯ୍ୟନ୍ତ ମାଇଲେଜ ପ୍ରଦାନ କରିଥାଏ । ସେହିପରି CNGରେ ଏହି କାର ପ୍ରତି କିଲୋଗ୍ରାମ ପିଛା 34.43 କିଲୋମିଟର ମାଇଲେଜ ପ୍ରଦାନ କରିଥାଏ । ଏହି ମାଇଲେଜ ତଥ୍ୟ ARAI ଦ୍ବାରା ପ୍ରମାଣିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.