ରାଜଧାନୀରେ କୋରୋନା ସଂକ୍ରମଣ ହ୍ରାସ ପାଉଛି: ବିଏମସି କମିଶନର - ସିଏମସି କମିଶନରଙ୍କ ସାମ୍ବାଦିକ ସମ୍ମିଳନୀ
🎬 Watch Now: Feature Video
ଭୁବନେଶ୍ବର: ଭୁବନେଶ୍ବର ବାସିନ୍ଦାଙ୍କ ପାଇଁ ଆଶ୍ବସ୍ଥି । କିଛିଦିନ ହେବ ରାଜଧାନୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ମୁଣ୍ଡବ୍ୟଥାର କାରଣ ପାଲଟିଥିଲା । ହେଲେ ଗତ 10 ଦିନହେବ ସଂକ୍ରମଣ କମିଥିବାରୁ ରାଜଧାନୀବାସୀନ୍ଦୀଙ୍କ ପାଇଁ ସାମାନ୍ୟ ଆଶ୍ବସ୍ଥି ମିଳିଛି । ଗତ 10 ଦିନ ହେବ ଭୁବନେଶ୍ବରରେ ସଂକ୍ରମଣଙ୍କ ସଂଖ୍ୟା କମିଛି । ଦିନକୁ 9ଟି ସ୍ଥାନରେ କ୍ୟାମ୍ପ କରାଯାଇ 3 ହଜାର କୋରୋନା ଟେଷ୍ଟ କରାଯାଉଛି । ଏନେଇ ଆଜି(ବୁଧବାର) ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ବର୍ତ୍ତମାନ ଆବଶ୍ୟକୀୟ ହସ୍ପିଟାଲ ଓ ଆମ୍ବୁଲାନ୍ସ ସେବା ଉପଲବ୍ଧ ରହିଛି । ପ୍ରଯ୍ୟାପ୍ତ ପରିମାଣର ନର୍ମାଲ ଓ ଆଇସିୟୁ ବେଡ୍ ମଧ୍ୟ ରହିଛି ବୋଲି ବିଏମସି କମିଶନର କହିଛନ୍ତି ।