thumbnail

By

Published : Mar 13, 2021, 8:50 AM IST

ETV Bharat / Videos

ଆଜି ଡେଲାଙ୍ଗରୁ ଦାଣ୍ଡମୁକୁନ୍ଦପୁର ଯାଏ କଂଗ୍ରେସର ପଦଯାତ୍ରା

ପୁରୀ: ଆଜି କଂଗ୍ରେସ ପକ୍ଷରୁ ଡେଲାଙ୍ଗର ବେରବୋଇ ଠାରୁ ଦାଣ୍ଡମୁକୁନ୍ଦପୁର ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହେବ । ଓଡିଶାକୁ ଗାନ୍ଧୀଜୀଙ୍କ ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ଏହି ପଦଯାତ୍ରା ଅନୁଷ୍ଠିତ ହେଉଛି । ମହାତ୍ମା ଗାନ୍ଧୀ 1938 ମସିହାରେ ପୁରୀ ଆସିଥିବା ବେଳେ ମାର୍ଚ୍ଚ 25 ରୁ 31 ତାରିଖ ଯାଏ ଡେଲାଙ୍ଗ ବେରବୋଇ ଠାରେ ଅବସ୍ଥାନ କରି ସ୍ଵାଧିନତା ଆନ୍ଦୋଳନ ନେଇ ଲୋକଙ୍କୁ ବାର୍ତ୍ତା ଦେଇଥିଲେ । ଶାନ୍ତି ଓ ଅହିଂସା ବାର୍ତ୍ତା ମଧ୍ୟ ପ୍ରଚାର କରିଥିଲେ । ତେବେ ବେରବୋଇରେ ପଦଯାତ୍ରା କିଭଳି ହେବ ଏବଂ ଏହାର ଉଦ୍ଦେଶ୍ୟ କଣ ସେନେଇ ଅଧିକ ସୂଚନା ଦେଇଛନ୍ତି ଆମ ପୁରୀ ସମ୍ବାଦଦାତା ଶକ୍ତି ପ୍ରସାଦ ମିଶ୍ର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.