ବେଶ ଧୂମଧାମରେ ହୋଲି ପାଳିଲେ ଅରୁପ ପଟ୍ଟନାୟକ

By

Published : Mar 10, 2020, 5:17 PM IST

Updated : Mar 10, 2020, 9:00 PM IST

thumbnail
ଭୁବନେଶ୍ବର: ବିଜେଡି ନେତା ତଥା ବିଜୁ ଯୁବ ବାହିନୀ ମୁଖ୍ୟ ଅରୁପ ପଟ୍ଟନାୟକ ନିଜ ବାସଭବନରେ ରଙ୍ଗର ପର୍ବ ହୋଲି ବେଶ ଧୂମଧାମରେ ପାଳନ କରିଛନ୍ତି । ଅରୁପଙ୍କ ବାସଭବନରେ ଦେଖିବାକୁ ମିଳିଥିଲା ବିଜେଡି ସଂଗଠନର ନେତା ଓ କର୍ମୀଙ୍କୁ । ସମସ୍ତେ ବାଜା ବଜେଇ ,ନାଚ ଗୀତର ଆସରରେ ହଜିଯାଇଥିଲେ । ଡିଜେ ବାଜାର ତାଳେ ତାଳେ ନାଚ ଗୀତ ଓ ମିଠା ଖୁଆଇ ହୋଲି ପାଳନ କରିଥିଲେ। ପରିଣତ ବୟସରେ ପିଲାମାନଙ୍କ ନାଚକୁଦ ଦେଖିବାକୁ ଭଲ ଲାଗୁଛି । ମୁଁ କୌଣସି ପଦବୀରେ ନାହିଁ,କି ଆଗକୁ କୌଣସି ନିର୍ବାଚନ ମଧ୍ୟ ନାହିଁ, ହେଲେ ହୋଲିରେ କିଏ କେଉଁ ଆଡ଼ୁ ଆସିଛନ୍ତି ରଙ୍ଗ ଖେଳିବା ପାଇଁ,ମୋ ପାଇଁ ସ୍ନେହ ଭଲପାଇବା ଅଛି ବୋଲି ବରିଷ୍ଠ ବିଜେଡି ନେତା ଅରୁପ ପଟ୍ଟନାୟକ କହିଛନ୍ତି । ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ
Last Updated : Mar 10, 2020, 9:00 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.