thumbnail

ଭଦ୍ରକର ମଣ୍ଡପରେ ମା'ଙ୍କର ମହାଷ୍ଟମୀ ପୂଜା

By

Published : Oct 13, 2021, 10:04 PM IST

ଭଦ୍ରକ: ମା' ଦୂର୍ଗାଙ୍କର ଚାଲିଛି ମହାଷ୍ଟମୀ ପୂଜା । ଭଦ୍ରକ ଜିଲ୍ଲାରେ ଆଜି ପୂଜା ମଣ୍ଡପରେ ଚାଲିଛି ଜଗତ ଜନନୀ ମା' ଦୁର୍ଗାଙ୍କର ମହାଷ୍ଟମୀ ପୂଜା । କୋଭିଡ କଟକଣା ମଧ୍ୟରେ ଅଳ୍ପ କେତେ ଜଣକୁ ନେଇ କରାଯାଉଛି ମା'ଙ୍କର ପୂଜା । ଜଗତଜନନୀ ମା' ଦୁର୍ଗା ଧରାପୃଷ୍ଠକୁ ଅବତରଣ କରିବା ପରେ ରୀତିନୀତି ଅନୁଯାୟୀ ପୂଜାର୍ଚନା କରାଯାଉଛି । ଧୂପ ଦୀପ ନୈବେଦ୍ୟରେ ମହକି ଉଠୁଛି ଚତୁର୍ଦିଗ । ଜିଲ୍ଲା ପ୍ରଶାସନ ପକ୍ଷରୁ ଲଗାଯାଇଥିବା କଟକଣା ଭିତରେ ମା’ଙ୍କର ମଣ୍ଡପରେ 3 ପଟ ଆବଦ୍ଧ କରାଯିବା ସହ କୋଭିଡ ଗାଇଡ଼ଲାଇନ ମାନି ସମସ୍ତ ପୂଜା ମଣ୍ଡପରେ ପୂଜାର୍ଚ୍ଚନା କରାଯାଉଛିି । ଭଦ୍ରକ ସହରର ଜାନୁଗଞ୍ଜ, ବଙ୍କ ବାସୁଳି, ଗାନ୍ଧୀ ପଡିଆ, ଚରମ୍ପା, ଡଗରାସାହି ସମେତ ମୋଟ 23 ଗୋଟି ପୂଜା ମଣ୍ଡପ ରେ କୋଭିଡ କଟକଣା ମଧ୍ୟରେ ମା'ଙ୍କର ମହାଷ୍ଟମୀ ପୂଜାର୍ଚ୍ଚନା ଚାଲିଛି । ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.