ବଜାରରେ ଜବରଦସ୍ତ ଅଭିବୃଦ୍ଧି, ବଢିଲା ସୁନା ଓ ରୂପା ଦାମ - ବଜାର ହାଲଚାଲ
🎬 Watch Now: Feature Video

ମୁମ୍ବାଇ: 2 ଦିନର ହ୍ରାସ ପରେ ବଢିଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସେୟାର । ଏଥିସହ ଗୁରୁବାର ସେୟାର ବଜାର ମଧ୍ୟ ସବୁଜରେ ପ୍ରଫିଟ ସହ ବନ୍ଦ ହୋଇଛି । ବିଏସଇ ସେନସେକ୍ସ 646.40 ପଏଣ୍ଟ ବୃଦ୍ଧି ପାଇ 38,840.32ରେ ବନ୍ଦ ହୋଇଛି । ସେହିପରି ଏନଏସଇ ନିଫ୍ଟି 171.25 ପଏଣ୍ଟ ଉଛୁଳି 11,449.25ରେ ପହଞ୍ଚିଛି । ସେନସେକ୍ସ କମ୍ପାନୀ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସେୟାର ସବୁଠୁ ଅଧିକ ପାଖାପାଖି 7 ପ୍ରତିଶତ ବୃଦ୍ଧି ପାଇଛି । ସେପଟେ ସୁନା ଦାମ 10 ଗ୍ରାମ ପ୍ରତି 287 ଟଙ୍କା ବଢି 52,391 ଟଙ୍କାକୁ ଛୁଇଁଛି । ସେହିରି ରୂପା ଦାମ ମଧ୍ୟ କିଲୋ ପ୍ରତି 875 ଟଙ୍କା ବଢି 69,950 ଟଙ୍କା ହୋଇଛି । ପୂର୍ବ କାରବାରରେ ରୂପା କିଲୋ ପିଛା 69,075 ଟଙ୍କା ରହିଥିଲା ।