ମାର୍କେଟ ଅପଡେଟ: 422 ପଏଣ୍ଟ ଖସିଲା ସେନସେକ୍ସ, ତଳମୁହାଁ ରିଲାଏନ୍ସ ସେୟାର - ରିଲାଏନ୍ସ ସେୟାର
🎬 Watch Now: Feature Video
ମୁମ୍ବାଇ: ତଳମୁହାଁ ସେୟାର ସୂଚକାଙ୍କ । ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 422 ପଏଣ୍ଟ ହ୍ରାସ ହୋଇଥିଲା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ସେୟାର ସୂଚକାଙ୍କ ନିଫ୍ଟି 97 ପଏଣ୍ଟ ଖସି 11,202 ପଏଣ୍ଟରେ କାରବାର ବନ୍ଦ କରିଛି । ସେପେଟ ଲଗାତାର ତୃତୀୟ ଦିନ ଧରି ଡିଜେଲ ଦାମ ଓ 29 ଦିନ ଧରି ପେଟ୍ରୋଲ ଦାମ ଅପରିବର୍ତ୍ତିତ ଅଛି । କିନ୍ତୁ ମହଙ୍ଗା ଧାତୁ ସୁନା ଓ ରୂପା ଦାମ ହୁ ହୁ ହୋଇ ବଢିଚାଲିଛି । ଆଜି ସୁନା 710 ଟଙ୍କା ଓ ରୂପା 313 ଟଙ୍କା ମଜବୁତ ରହିଛି ।