ମାର୍କେଟ ଅପଡେଟ : 38 ହଜାର ପାରେଇଲା ସେନସେକ୍ସ - ତେଲ ଦାମ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8146019-686-8146019-1595514336985.jpg)
ମୁମ୍ବାଇ: ଅର୍ଥବ୍ୟବସ୍ଥାକୁ ସମର୍ଥନ କରିବା ପାଇଁ ସରକାରଙ୍କ ପକ୍ଷରୁ ଆଉ ଏକ ପ୍ରୋତ୍ସାହନ ପ୍ୟାକେଜ ଆଶାରେ ସେନସେକ୍ସ 269 ପଏଣ୍ଟ ବୃଦ୍ଧି ପାଇ 38 ହଜାର ପାର କରିଛି । ସେହିଭଳି ନିଫ୍ଟି 82.85 ପଏଣ୍ଟ ବଢି 11,215.45ରେ ପହଞ୍ଚିଛି । ସେପଟେ ପେଟ୍ରୋଲ ଦାମ ଗୁରୁବାରକୁ ଲଗାତାର 24 ଦିନ ଧରି ସ୍ଥିର ରହିଛି । ସେହିପରି ଡିଜେଲ ଦାମ ଲଗାତା ତୃତୀୟ ଦିନରେ ଅପରିବର୍ତ୍ତିତ ଅଛି । ଅନ୍ତରାଷ୍ଟ୍ରୀୟ ବଜାରରେ ବହୁମୂଲ୍ୟ ଧାତୁ ଦାମ ମଜବୁତ ଯୋଗୁଁ ସୁନା ଓ ରୂପା ଦାମ ବୃଦ୍ଧି ଜାରି ରହିଛି ।