ଆରବିଆଇର ଜିଡିପି ଅନୁମାନ ପରେ ବଜାରରେ ବୃଦ୍ଧି, 12 ହଜାର ନିକଟତର ନିଫ୍ଟି - ବଜାର ବନ୍ଦ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9115677-thumbnail-3x2-market.jpg)
ମୁମ୍ବାଇ: ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ ଜିଡିପି ପଜିଟିଭ ରହିବା ନେଇ ଆରବିଆଇର ଅନୁମାନ ପରେ ବଜାରରେ ଦେଖାଦେଇଛି ଅଭିବୃଦ୍ଧି । କାରବାର ସପ୍ତାହର ଶେଷ ଦିନରେ ସନେସେକ୍ସ 327 ପଏଣ୍ଟ ବଢିଥିଲା ବେଳେ ନିଫ୍ଟି 12 ହଜାର ନିକଟତର ରହିଛି । ଶୁକ୍ରବାର ବିଏସଇ ସେନସେକ୍ସ 326.82 ପଏଣ୍ଟ ବୃଦ୍ଧି ହୋଇ 40,509.49 ପଏଣ୍ଟରେ କାରବାର ବନ୍ଦ କରିଥିଲା ବେଳେ ନିଫ୍ଟି 79.60 ପଏଣ୍ଟ ଉଛୁଳି 11,914.20 ପଏଣ୍ଟ ରହିଛି । ସେପଟେ ପେଟ୍ରୋଲ ଓ ଡିଜେଲ ଦାମ ସ୍ଥିର ରହିଛି ।