ବଜାର ହାଲଚାଲ: ସେନସେକ୍ସ-ନିଫ୍ଟି ସାମାନ୍ୟ ହ୍ରାସ ସହ ବନ୍ଦ - ସେନସେକ୍ସ
🎬 Watch Now: Feature Video

ମୁମ୍ବାଇ: ସାମାନ୍ୟ ହ୍ରାସ ସହ ବନ୍ଦ ହୋଇଛି ବୁଧବାର ବଜାର । ବିଏସଇ ସେନସେକ୍ସ 37.38 ପଏଣ୍ଟ ହ୍ରାସ ହୋଇ 38,369.63 ରେ ବନ୍ଦ ହୋଇଛି । ସେହିଭଳି ଏନଏସଇ ନିଫ୍ଟି 14.10 ପଏଣ୍ଟ କମି 11,308.40 ରେ କାରବାର ଶେଷ କରିଛି । ଏଚସିଏଲ ଟେକ 4 ପ୍ରତିଶତ ବୃଦ୍ଧି ହୋଇଥିଲା ବେଳେ ଏସବିଆଇ, ଟେକ ମହିନ୍ଦ୍ରା , ମାରୁତି, ପାୱାରଗ୍ରୀଡ ସେୟାର ମଧ୍ୟ ଉପରମୁହାଁ ରହିଛି । ସେପଟେ ସୁନା ଓ ରୂପା ଦାମ ହ୍ରାସ ହୋଇଛି । ପେଟ୍ରୋଲ ଓ ଡିଜେଲ ଦାମ ସ୍ଥିର ରହିଛି ।