ସର୍ବକାଳୀନ ଉଚ୍ଚରେ ବଜାର, 13 ହଜାର ଡେଇଁଲା ନିଫ୍ଟି

🎬 Watch Now: Feature Video

thumbnail
ମୁମ୍ବାଇ: ମଙ୍ଗଳବାର ସେୟାର ବଜାରରେ ଜୋରଦାର ବୃଦ୍ଧି ଦେଖିବାକୁ ମିଳିଛି । ଡଲାର ତୁଳନାରେ ଟଙ୍କା ମଜବୁତ ହେବା ଯୋଗୁଁ କାରବାରୀଙ୍କ ଧାରଣାକୁ ବଳ ମିଳିଛି । ବ୍ୟାଙ୍କ, ଆର୍ଥିକ କମ୍ପାନୀ, ରିୟଲ ଇଷ୍ଟେଟ ଓ ଗାଡି କମ୍ପାନୀ ସେୟାର ଉପରମୁହାଁ ଯୋଗୁଁ ସେନସେକ୍ସ ଓ ନିଫ୍ଟି ଉପରମୁହାଁ । ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 445.87 ପଏଣ୍ଟ ବଢି 44,523.02 ରହିଛି । ସେପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 128.70 ପଏଣ୍ଟ ଉଛୁଳି ପ୍ରଥମ ଥର 13 ହଜାର ସ୍ତର ପାର କରି 13,055.15 ରହିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.