ରୋଷେଇ ଘରେ ପଶିଲା ଭାଲୁ - ମାଲକାନଗିରି ଖବର

🎬 Watch Now: Feature Video

thumbnail

By

Published : Dec 20, 2021, 10:13 PM IST

ମାଲକାନଗିରି : ଜିଲ୍ଲା ତମସା ପଞ୍ଚାୟତ ଅନ୍ତର୍ଗତ ଏମ.ଭି 7 ଗାଁରେ ଦୁଇଟି ଭାଲୁ ଗତ କିଛି ଦିନ ଧରି ଆତଙ୍କ ଖେଳାଇଛନ୍ତି । ନିକଟସ୍ଥ ଜଙ୍ଗଲରୁ ଦୁଇଟି ଭାଲୁ ସନ୍ଧ୍ୟା ହେଲେ ଗାଁ ରେ ପଶି ଅନେକ ଲୋକଙ୍କ ଘର କାନ୍ଥ ଭାଙ୍ଗିବା ସହ ଘର ଭିତରେ ପଶୁଛନ୍ତି । ରବିବାର ରାତିରେ ଗୋଟିଏ ଭାଲୁ ଏମଭି7 ଗାଁ ର ଜଣଙ୍କ ରୋଷେଇ ଘରେ ପଶିବା ପରେ ଘର ଲୋକେ ଆତଙ୍କିତ ହୋଇ ପଡିଥିଲେ । ଭାଲୁଟି ରୋଷେଇ ଘରୁ ସବୁ ଖାଦ୍ୟ ସାମଗ୍ରୀ ଖାଇବା ପରେ ଚାଲି ଯାଇଥିଲା । ଏହି ଭାଲୁ ଯୋଗୁଁ ଗ୍ରାମବାସୀ ମାନେ ରାତି ହେଲେ ଭୟବିତ ଅବସ୍ଥାରେ ରହିବା ସହ ସନ୍ଧ୍ୟା ହେଲେ ଘରର ତାଟି କବାଟ ଦେଇ ଘରେ ରହୁଛନ୍ତି । ତେବେ କିଛି ଅଘଟଣ ଘଟିବା ପୂର୍ବରୁ ବନ ବିଭାଗ ଏହି ଭାଲୁଟିକୁ କାବୁ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.