କଟକରେ ବେଆଇନ ବାଲି ଚୋରା ଚାଲାଣ, ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଲା ବିଜେପି

By

Published : Apr 5, 2022, 3:48 PM IST

Updated : Feb 3, 2023, 8:22 PM IST

thumbnail

କଟକ: କଟକରେ ବଢୁଛି ବାଲି ମାଫିଆଙ୍କ ଦୌରାତ୍ମ୍ୟ । ସଞ୍ଜ ନଇଁଲେ କଟକରେ ଆରମ୍ଭ ହୋଇଯାଉଛି ବେଧଡକ ବାଲି ଚୋରା ଚାଲାଣ । ଫଳରେ ଦୁର୍ବଳ ହେଉଛି ନଦୀ ବନ୍ଧ । ଏହାସହ ପରିବେଶ ପ୍ରଦୂଷଣ ମଧ୍ୟ ହୋଇଥାଏ । ସେହିପରି ସରକାର ଏହି ଦିଗରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଥିବା ଅଭିଯୋଗ ହେଉଛି । ତେବେ ଏହି ଦିଗରେ ଶୀଘ୍ର ନଜର ଦେବାକୁ ଜିଲ୍ଲାପାଳଙ୍କୁ ଭେଟିଛି କଟକ ନଗର ବିଜେପି । ଦୀର୍ଘ ୨୦ ବର୍ଷ ଧରି କଟକରେ ବାଲି ମାଫିଆ ମାନେ ସକ୍ରିୟ ରହିଛନ୍ତି । ଅନ୍ୟପଟେ ପୋଲିସ ଓ ଜିଲ୍ଲା ପ୍ରଶାସନର ଆଖି ଆଗରେ ଚୋରି ହେଉଛି ବାଲି । ଯାହାକୁ ନେଇ ଦିନକୁ ଦିନ ନଦୀର ବନ୍ଧ ଦୁର୍ବଳ ହେଉଛି । କମ ବର୍ଷା ଯୋଗୁଁ ନଦୀ ବନ୍ଦ ସଠିକ ରହିଛି । କିନ୍ତୁ ଯେବେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବେ ସେବେ ନଦୀ ବନ୍ଧ ଭୁଶୁଡିବା ଆଶାଙ୍କା ରହିଥାଏ । କଟକରୁ ପ୍ରଭୁ କଲ୍ଯାଣ ପାଲ, ଇଟିଭି ଭାରତ

Last Updated : Feb 3, 2023, 8:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.