ETV Bharat / state

ଚର୍ଚ୍ଚାରେ ବ୍ରହ୍ମପୁରର ମଞ୍ଚ ଉପସ୍ଥାପକ ଦମ୍ପତି, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପାଇଲେ ସ୍ଥାନ - INDIA BOOK OF RECORDS ANCHORING

ବ୍ରହ୍ମପୁରର ମଞ୍ଚ ଉପସ୍ଥାପକ ଦମ୍ପତି ହୃଷିକେଶ ଓ ସୁଦୀପ୍ତା । ୩୦ ବର୍ଷରୁ ଅଧିକ ସମୟ ଧରି ସ୍ବତନ୍ତ୍ରଶୈଳୀରେ ମଞ୍ଚରେ ଉପସ୍ଥାପନା କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ।

Anchor Couple
Anchor Couple (ETV Bharat)
author img

By ETV Bharat Odisha Team

Published : Nov 27, 2024, 5:36 PM IST

ବ୍ରହ୍ମପୁର: ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଦେଶର ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଏକ ମାତ୍ର ମଞ୍ଚ ଉପସ୍ଥାପକ ଦମ୍ପତି ଭାବରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବ୍ରହ୍ମପୁରର ହୃଷିକେଶ ଓ ସୁଦୀପ୍ତା ପାଣିଗ୍ରାହୀ । ନିଜନ ସ୍ବତନ୍ତ୍ରଶୈଳୀ ମାଧ୍ୟମରେ ଦେଶରେ ଦୀର୍ଘ ବର୍ଷ ଧରି ଉପସ୍ଥାପକ ଦମ୍ପତି ଭାବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଭାରତର ପ୍ରଥମ ଉପସ୍ଥାପକ ଦମ୍ପତି ଭାବରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ।

ଉପସ୍ଥାପକ ଦମ୍ପତି ହୃଷିକେଶ ଓ ସୁଦୀପ୍ତା:

Anchor Couple (ETV Bharat)

ରାଜ୍ୟର କୌଣସି ଜିଲ୍ଲାର ମହୋତ୍ସବ ହେଉ କି ଜାତୀୟ ସ୍ତରର ମହୋତ୍ସବ । ସବୁ ମଞ୍ଚରେ ନିଜର ସୁନ୍ଦର ଉପସ୍ଥାପନା ପାଇଁ ଲୋକଙ୍କ ମନରେ ଏକ ସ୍ବତନ୍ତ୍ର ଜାଗା କରିଛନ୍ତି ଏହି ଦମ୍ପତି । ଏହି ଦମ୍ପତି ହେଉଛନ୍ତି ବ୍ରହ୍ମପୁର ସହରର ହୃଷିକେଶ ପାଣିଗ୍ରାହୀ ଓ ତାଙ୍କ ଧର୍ମପତ୍ନୀ ସୁଦୀପ୍ତା ପାଣିଗ୍ରାହୀ । କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ ମଞ୍ଚରେ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ଅତ୍ୟନ୍ତ ସୁନ୍ଦର ଭାବରେ ଦର୍ଶକଙ୍କ ମନକୁ ଛୁଇଁବା ଭଳି ଗୋଟିଏ ପରେ ଗୋଟିଏ ଉପସ୍ଥାପନା କରି ଚାଲିଥାନ୍ତି ଉଭୟ ହୃଷିକେଶ ଓ ସୁଦୀପ୍ତା । ମଞ୍ଚରେ କାର୍ଯ୍ୟକ୍ରମର ସଂଯୋଜନା କରିବା ସମୟରେ ଗୋଟିଏ ପଟେ ହୃଷିକେଶ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସହ ମହାପ୍ରଭୁ ଜଗନ୍ନାଥଙ୍କ ପରମ୍ପରାକୁ ନେଇ ନିଜର ବିଷୟରେ ଉପସ୍ଥାପନା କରିଥାନ୍ତି । ଅନ୍ୟପଟେ ତାଙ୍କ ସହିତ ତାଳ ଦେଇ ସେହି ମଞ୍ଚରେ ସେହି ସମାନ ବିଷୟ ବସ୍ତୁକୁ ତୁରନ୍ତ ଇଂରାଜୀ ଶଦ୍ଦ ସଂଯୋଜନାରେ ଉପସ୍ଥିତ ଦର୍ଶକଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିବାରେ ସହାୟକ ହୋଇଥାନ୍ତି ସୁଦୀପ୍ତା ।

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କରିଛନ୍ତି ଉପସ୍ଥାପନା:

ଏହି ଦମ୍ପତି ବିଗତ ୩୦ ବର୍ଷ ଧରି ନିଜର ସ୍ବତନ୍ତ୍ର ଉପସ୍ଥାପନା ଶୈଳୀ ମାଧ୍ୟମରେ ଗୋଟିଏ ପରେ ଗୋଟିଏ ମଞ୍ଚରେ ସଫଳତାର ସହ ଉପସ୍ଥାପନା କରିଆସୁଛନ୍ତି । ବର୍ତ୍ତମାନ ସାରା ଦେଶରେ ଦୀର୍ଘ ବର୍ଷ ଧରି ଉପସ୍ଥାପନା କରିଆସୁଥିବା ଏକମାତ୍ର ଉପସ୍ଥାପକ ଦମ୍ପତି ଭାବରେ ସ୍ବତନ୍ତ୍ର ସ୍ଥାନ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ଏହାକୁ ନେଇ ଉଭୟ ଖୁସି ପ୍ରକାଶ କରିଛନ୍ତି । ମଞ୍ଚ ଉପସ୍ଥାପନା କଳା ପାଇଁ ପ୍ରମାଣ ପତ୍ର ପାଇବାରେ ଏହି ଦମ୍ପତି ହେଉଛନ୍ତି ପ୍ରଥମ ଭାରତୀୟ । ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଓ ଖ୍ୟାତିସମ୍ପନ୍ନ ଗୁରୁ ତଥା କଳାକାର ସମେତ ଦେଶର ପ୍ରମୁଖ ବ୍ୟକ୍ତିତ୍ବଙ୍କ ସମ୍ମୁଖରେ ନିଜର ସ୍ବତନ୍ତ୍ରଶୈଳୀରେ ଉପସ୍ଥାପନା କରି ଦମ୍ପତି ବହୁ ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି । ହେଲେ ଏଭଳି ସ୍ବତନ୍ତ୍ର ରେକର୍ଡ ଅଧିକାରୀ ହେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇବା ସହିତ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି ।

ଦମ୍ପତିଙ୍କୁ ମିଳିଛି ସ୍ବର୍ଣ୍ଣପଦକ:

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗରେ ସ୍ନାତକୋତ୍ତରେ ପ୍ରଥମ ସ୍ବର୍ଣ୍ଣପଦକ ପାଇଛନ୍ତି ହୃଷିକେଶ ପାଣିଗ୍ରାହୀ । ପୂର୍ବରୁ ସେ ଭାରତୀୟ ପ୍ରସାରଣ ସେବାରେ ଅଧିକାରୀ ଭାବରେ କାର୍ଯ୍ୟ କରିଛନ୍ତି । ଏହା ମଧ୍ୟରେ ସେ ଅନେକ ପୁରସ୍କାର ପାଇଥିବା ବେଳେ ତାଙ୍କ ଧର୍ମପତ୍ନୀ ସୁଦୀପ୍ତା ମନସ୍ତତ୍ୱରେ ବ୍ରହ୍ମପୁର ଓ ଉତ୍କଳ ବିଶ୍ବବିଦ୍ୟାଳୟରୁ ଲଗାତର ସ୍ବର୍ଣ୍ଣପଦକ ପାଇ ସରକାରଙ୍କ ପ୍ରିଜନ ଏକାଡ଼େମୀର ଉପନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରି ଏହି ପଦବୀରୁ ସ୍ବେଚ୍ଛାକୃତ ଭାବେ ଅବସର ନେଇସାରିଛନ୍ତି । ଓଡ଼ିଶା ତଥା ଭାରତୀୟ ସଂସ୍କୃତି ଉପରେ ଦୀର୍ଘବର୍ଷ ଧରି ନିଜର ସାଧନା ଓ ଗବେଷଣାରେ ଲିପ୍ତ ଏହି ଦମ୍ପତିଙ୍କ ଏଭଳି ସ୍ବତନ୍ତ୍ର ରେକର୍ଡ ହାସଲ ପରେ ଆଗାମୀ ଦିନରେ ଗିନିଜ ବୁକ୍ ଅଫ୍ ରେକର୍ଡସ୍ ଏବଂ ଅନ୍ୟାନ୍ୟ ରେକର୍ଡରେ ସ୍ଥାନୀତ ହେବେ ବୋଲି ଆଶା ରଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଅଢ଼େଇ ବର୍ଷର ଆରାଧ୍ୟା ସାମଲ - IBR achiever Aaradhya Samal

ଏହା ମଧ୍ୟ ପଢ଼ନ୍ତୁ...କୁନି ବୟସରେ କମାଲ, ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ ୩ ବର୍ଷର ଝିଅ - India Book Of Record

ନିଜର ଉଦ୍ୟମରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ହୃଷିକେଶ ଓ ସୁଦୀପ୍ତା ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୀର୍ଘ ବର୍ଷ ଧରି ଉପସ୍ଥାପନା କରିଆସିଛନ୍ତି । ଏହି ଯୁଗଳବନ୍ଦୀ ଦମ୍ପତିଙ୍କ 'ଭାରତର ସର୍ବାଧିକ ବର୍ଷ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପନା କରୁଥିବା ଦମ୍ପତି' ରେକର୍ଡ଼ ଧାରଣ କରିଥିବା ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନିତ ହୋଇଛି । ତେବେ ମଞ୍ଚ ଉପରେ ସ୍ବତନ୍ତ୍ର ଶୈଳୀରେ ଉପସ୍ଥାପନା କରିବାରେ ଏକ ଅନନ୍ଯ ପରିଚୟ । ଦମ୍ପତି ଭାବରେ ଉପସ୍ଥାପନା କରିବା ଏବଂ ରେକର୍ଡର ଅଧିକାରୀ ହେବା ଏହା ପ୍ରତ୍ୟେକ ଉପସ୍ଥାପକ ଏବଂ ଉପସ୍ଥାପିକାଙ୍କୁ ପ୍ରେରଣା ଯୋଗାଇବ କହିଲେ ଅତ୍ୟୁକ୍ତି ହେବନାହିଁ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.