Vote Counting: ଅନୁଗୋଳ-ବୌଦ୍ଧ-ଝାରସୁଗୁଡା-ଢେଙ୍କାନାଳରେ BJD ଆଗୁଆ

By

Published : Feb 26, 2022, 5:32 PM IST

Updated : Feb 3, 2023, 8:17 PM IST

thumbnail
ଅନୁଗୋଳ/ବୌଦ୍ଧ/ଝାରସୁଗୁଡ଼ା/ଢେଙ୍କାନାଳ: ଚାଲିଛି ପଞ୍ଚାୟତ ନିର୍ଵାଚନର ମତ ଗଣନା । ରାଜ୍ୟବ୍ୟାପୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ବ୍ଲକ ଅଧୀନରେ ଥିବା କଲେଜ ଓ ସ୍କୁଲ ମାନଙ୍କରେ ଚାଲିଛି ଗଣନା କାର୍ଯ୍ୟ । ଆଜି(ଶନିବାର) ପ୍ରଥମ ଦିନରେ ଶାସକ ବିଜେଡି ଦଳ ବେଶ ଭଲ ପଦର୍ଶନ କରିଛି । ତେବେ ଅନୁଗୋଳ, ଝାରସୁଗୁଡ଼ା ଓ ବୌଦ୍ଧ ଜିଲ୍ଲାରେ ବିଜେଡି଼ ଭଲ ସ୍ଥିତିରେ ରହିଛି । ଅନୁଗୋଳ ଜିଲ୍ଲାରେ 7 ଟି ଜୋନରେ ବିଜେଡି଼ ଆଗରେ ଥିବା ବେଳେ ଗୋଟିଏ ଜୋନରେ ବିଜେପି ଆଗରେ ରହିଛି । ସେହିପରି ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ଶାସକ ବିଜେଡି଼ ଭଲ ପ୍ରଦର୍ଶନ କରିଛି । ଏଠାରେ ୫ଟି ଜିଲ୍ଲା ପରିଷଦ ଆସନର ଭୋଟ ଗଣନା ଚାଲିଥିବା ବେଳେ ବିଜେଡି଼ ବେଶ ଆଗୁଆ ରହିଛି । ଅନ୍ୟପଟେ ବୌଦ୍ଧ ଜିଲ୍ଲାରେ ୨ଟି ଆସନରେ ବିଜେଡି ଆଗରେ ଥିବା ବେଳେ ଗୋଟିଏରେ ବିଜେପି ଆଗରେ ରହିଛି । ସେହିପରି ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଶାସକ ବିଜେଡ଼ିକୁ ଭଲ ସଫଳତା ମିଳିଛି। ଅନୁଗୋଳରୁ ସଂଗ୍ରାମ ନାଥ, ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ବୌଦ୍ଧରୁ ସତ୍ୟ ନାରାୟଣ ପାଣି ଓ ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.