ETV Bharat / bharat

ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି କିଣିଲେ ପ୍ରଧାନମନ୍ତ୍ରୀ, ମୋଦିଙ୍କୁ ଧନ୍ୟବାଦ ଦେଲେ ମୋହନ - Modi buys Lord Jagannath idol

PM Modi Buys Artefact Of Lord Jagannath: ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି କିଣିଲେ ପ୍ରଧାନମନ୍ତ୍ରୀ । ମୋଦିଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଧିକ ପଢ଼ନ୍ତୁ

PM Modi Buys Artefact Of Lord Jagannath
PM Modi Buys Artefact Of Lord Jagannath (ETV Bharat Odisha)
author img

By ETV Bharat Odisha Team

Published : Sep 20, 2024, 11:06 PM IST

ମୁମ୍ବାଇ: ପ୍ରଭୁ ଜଗନ୍ନାଥଙ୍କ ପ୍ରେମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ମହାରାଷ୍ଟ୍ରର ୱାର୍ଦ୍ଧା ଠାରେ ଚାଲିଥିବା ଜାତୀୟ 'ପିଏମ ବିଶ୍ବକର୍ମା' ପଦର୍ଶନୀ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ ମୋଦି । ଏହି ସମୟରେ ଷ୍ଟଲରେ ପ୍ରଭୁ ଜଗନ୍ନାଥଙ୍କ ଏକ ସୁନ୍ଦର ପ୍ରତିମୂର୍ତ୍ତି ଦେଖିଥିଲେ । ନିଜ ଘରେ ପୂଜା କରିବା ପାଇଁ ଷ୍ଟଲରେ ଥିବା କର୍ମଚାରୀଙ୍କ ଠାରୁ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଏକ ସୁନ୍ଦର ପ୍ରତିମା କିଣିଥିଲେ । ଏହାସହ ପ୍ରତିମା କିଣିବା ପରେ ୟୁପିଆଇ (UPI) QR କୋଡ ବ୍ୟବହାର କରି ପେମେଣ୍ଟ ମଧ୍ୟ କରିଛନ୍ତି ।

ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି କିଣିଲେ ପ୍ରଧାନମନ୍ତ୍ରୀ:

ଗତବର୍ଷ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସେପ୍ଟେମ୍ବର ମାସ ୧୭ ତାରିଖରେ ଆରମ୍ଭ ହୋଇଥିଲା "ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା"। ତେବେ ଏହି ଯୋଜନାର ଏକ ବର୍ଷ ପୂର୍ତ୍ତି ଅବସରରେ ମହାରାଷ୍ଟ୍ରର ୱାର୍ଦ୍ଧା ଚାଲିଛି 'ପିଏମ ବିଶ୍ବକର୍ମା' ପଦର୍ଶନୀ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶୁକ୍ରବାର) ୱାର୍ଦ୍ଧା ଗସ୍ତ କରି ୧ ଲକ୍ଷ ହିତାଧିକାରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବା ସହିତ ୧ ଲକ୍ଷ ପିଏମ୍‌ ବିଶ୍ୱକର୍ମାଙ୍କୁ ଦକ୍ଷତା ପ୍ରମାଣପତ୍ର ଏବଂ ୭୫ ହଜାର ହିତାଧିକାରୀଙ୍କୁ ଋଣ ପାଇଁ ମଞ୍ଜୁରୀ ଦେଇଛନ୍ତି । ଏହି ଅବସରରେ କାରିଗରମାନଙ୍କ ଷ୍ଟଲ ପରିଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ । ଏତିକି ବେଳେ ଗୋଟିଏ ଷ୍ଟଲରୁ ଜଣେ କାରିଗରଙ୍କ ନିକଟରୁ ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଦେଖଥିଲେ । ମୋଦି କାରିଗରଙ୍କ ସହିତ ପ୍ରଥମେ କଥା ହେବା ପରେ ତାଙ୍କଠାରୁ ମହାପ୍ରଭୁ ଜଗନ୍ନାଥ. ବଳଭଦ୍ର ଓ ସୁଭଦ୍ରାଙ୍କ ଏକ ପ୍ରତିମା କିଣିଥିଲେ । ଏହାସହ ପ୍ରତିମା ବାବଦକୁ ଟଙ୍କା କ୍ୟୁଆର କୋଡ୍ (QR Code) ସ୍କାନ୍ କରି UPI ମାଧ୍ୟମରେ ଡିଜିଟାଲ୍ ପେମେଣ୍ଟ୍ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସହ ଏମାନେ ଥିଲେ ଉପସ୍ଥିତ:

ତେବେ ଆଜି ମହାରାଷ୍ଟ୍ରର ୱାର୍ଦ୍ଧା ଠାରେ ଚାଲିଥିବା ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ପଦର୍ଶନୀ ପରିଦର୍ଶନ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଓ ଅଜିତ ପାୱାର ଏବଂ ମନ୍ତ୍ରୀ ଜୟନ୍ତ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....ପ୍ରଧାନମନ୍ତ୍ରୀ ମୋଦି ପିନ୍ଧିବେ ଓଡ଼ିଶା ଖଦି ବସ୍ତ୍ର, ଜନ୍ମ ଦିନରେ ଦେଲେ ବଇନା - PM MODI TO WEAR KHADI CLOTHES

ଏହା ମଧ୍ୟ ପଢ଼ନ୍ତୁ...‘ମୋଦିର ଆଶା, ସାରା ଭାରତ କହିବ ସୁନାର ଓଡ଼ିଶା’ - odisha golden state

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ସେପଟେ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝୀ ସୋସିଆଲ ମିଡିଆ ଏକ୍ସ (X)ରେ ଲେଖିଛନ୍ତି, "ଓଡ଼ିଶା ଲୋକ ଓ ସାରା ବିଶ୍ବରେ ଥିବା ଜଗନ୍ନାଥ ଭକ୍ତଙ୍କ ପାଇଁ ଏହା ଅତ୍ୟନ୍ତ ଗର୍ବ ଓ ଆନନ୍ଦର ମୂହୁର୍ତ୍ତ । ମାହାରାଷ୍ଟ୍ର ୱାର୍ଦ୍ଧାରେ ଆୟୋଜିତ ବିଶ୍ବକର୍ମା ଯୋଜାନ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଘରେ ପୂଜା କରିବା ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମା କିଣିଛନ୍ତି । ଏହା କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ମହାପ୍ରଭୁଙ୍କ ପ୍ରତି ଗଭୀର ଆସ୍ଥା ଓ ସମର୍ପଣ ନୁହେଁ ବରଂ ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ସ୍ନେହ ଓ ସମ୍ମାନର ପ୍ରତୀକ ଅଟେ । ଓଡ଼ିଆ ଅସ୍ମିତାକୁ ନିରନ୍ତର ସମ୍ମାନ ଦେଇଥିବାରୁ ଆମେ ପ୍ରଧାନମନ୍ତ୍ରୀଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.