ETV Bharat / bharat

ଘାଟିରେ ଖାଇକୁ ଖସିଲା ସେନା ବସ୍‌: 3 ଯବାନ ଶହୀଦ, 30ରୁ ଅଧିକ ଆହତ - BSF SOLDIERS DEAD IN ACCIDENT

author img

By ETV Bharat Odisha Team

Published : 2 hours ago

BSF soldiers dead in accident: ଜାମ୍ମୁ କାଶ୍ମୀରରେନ ନିର୍ବାଚନୀ ଡ୍ୟୁଟି ସାରି ଫେରିବା ବେଳେ ଖାଇକୁ ଖସିଲା ବସ ବସ୍ । 3 ବିଏସଏଫ ଯବାନ ଶହୀଦ, 30 ରୁ ଅଧିକ ଆହତ । ଅଧିକ ପଢନ୍ତୁ

ଘାଟିରେ ଖାଇକୁ ଖସିଲା ସେନା ବସ୍‌: 3 ଯବାନ ଶହୀଦ, 30ରୁ ଅଧିକ ଆହତ
ଘାଟିରେ ଖାଇକୁ ଖସିଲା ସେନା ବସ୍‌: 3 ଯବାନ ଶହୀଦ, 30ରୁ ଅଧିକ ଆହତ (ETV Bharat Odisha)

ହାଇଦ୍ରାବାଦ: କାଶ୍ମୀରରେ ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ସୀମା ସୁରକ୍ଷା ବଳ (BSF)ର ଏକ ବସ ଖାଇକୁ ଖସିପଡିଛି । ଏଥିରେ 3 ଜଣ ଯବାନ ଶହୀଦ ହୋଇଥିବା ବେଳେ 30ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ 6ଜଣ ଗୁରୁତର ରହିଥିବାରୁ ମୃତ୍ୟୁସଂଖ୍ୟା ବଢିବାର ମଧ୍ୟ ଯଥେଷ୍ଟ ଆଶଙ୍କା ରହଛି । ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି (ଶୁକ୍ରବାର) ସଂଧ୍ୟାରେ କାଶ୍ମୀରର ବଡଗାମ ଅନ୍ତର୍ଗତ ବ୍ରେଲଓ୍ବାଟର ହୋଲ ଏରିଆରେ ଏହି ଦୁର୍ଘଟଣା ଘଟିଛି । ବସଟି ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସି ପଡିଥିବା ସନ୍ଦେହ କରାଯାଉଛି ।

  • ଖାଇକୁ ଖସିଲା ଯବାନଙ୍କୁ ନେଇ ଯାଉଥିବା ବସ:-

ସୂଚନା ଅନୁସାରେ, ଏହି ଘରୋଇ ବସରେ ପ୍ରାୟ 35ଜଣ ବିଏସଏଫ ଯବାନ ଥିଲେ । ଗାଡିଟି ଖାନ ସାହିବ ଓ୍ବାଟରହୋଲ ପୋଲିସ ଷ୍ଟେସନ ଅଭିମୁଖେ ବାହାରିଥିଲେ । ଏହାକୁ ଜଣେ ସିଭିଲିଆନ ଡ୍ରାଇଭର ଚଳାଉଥିଲେ । ସଂଧ୍ୟା ପ୍ରାୟ 5ଟା ସମୟରେ ଥାନାର ପ୍ରାୟ 6ଶହ ମିଟର ଦୂରରେ ବସଟି ଭାରସାମ୍ୟ ହରାଇ ଏକ ରାସ୍ତାକଡ ଖାଇକୁ ଖସି ପଡିଥିଲା । ତୁରନ୍ତ ସିଆରପିଏଫ, ପୋଲିସ ଓ ସ୍ଥାନୀୟ ଲୋକେ ଉଦ୍ଧାର ଅପରେସନ ଆରମ୍ଭ କରି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ 3 ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା । ଅନ୍ୟ ଆହତ ଯବାନମାନେ ଏବେ ଚିକିତ୍ସାଧୀନ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଗୁଡୁପୋଖରୀରେ ଗୋଷ୍ଠୀ ସଂଘର୍ଷ; କର୍ଫ୍ୟୁ ଲାଗୁ ପରେ 6 ଗିରଫ - Communal Clash in gudupokari

ଏହା ମଧ୍ୟ ପଢନ୍ତୁ:- 3 ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ; କ୍ବାଡ ସମ୍ମିଳନୀରେ ସାମିଲ ହେବେ, ବାଇଡେନଙ୍କୁ ଭେଟିବେ - Modi visits America

  • ନିର୍ବାଚନ ପାଇଁ ଘାଟିରେ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା:-

କାଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ବ୍ୟାପକ ସୁରକ୍ଷା ବଳ ମୁତୟନ ହୋଇଛନ୍ତି । ତିନୋଟି ପର୍ଯ୍ୟାୟରେ ଶେଷ ହେବାକୁ ଥିବା ବିଧାନସଭା ନିର୍ବାଚନର ପ୍ରଥମ ପର୍ୟ୍ୟାୟ ମତଦାନ ଶେଷ ହୋଇସାରିଛି । 18 ତାରିଖରେ ପ୍ରଥମ ପର୍ଯ୍ୟାୟରେ 24 ଆସନ ପାଇଁ ଭୋଟ ପଡିଛି । 25 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ହେବ । ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ଫୋର୍ସ ମୁତୟନକୁ ବୃଦ୍ଧି କରାଯାଇଛି । ସୀମା ସୁରକ୍ଷା ବଳ, କେନ୍ଦ୍ରୀୟ ରିଜର୍ଭ ଫୋର୍ସ ଓ ସ୍ଥାନୀୟ ପୋଲିସ ସହ ସ୍ଥଳସେନାର ଯବାନମାନେ ମଧ୍ୟ ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ କୌଣସି ହିଂସା କିମ୍ବା ଆତଙ୍କୀ କାର୍ଯ୍ୟକଳାପ ସାମ୍ନାକୁ ଆସିନି । 2014 ପରେ ପ୍ରାୟ 10 ବର୍ଷ ଘାଟିରେ ନିର୍ବାଚନ ଅନୁଷ୍ଠିତ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.