ଆଶ୍ଚର୍ଯ୍ୟ ହେଲେ ବି ସତ, ତଳୁ ଉପରକୁ ଯାଉଛି ପାଣି ଦେଖନ୍ତୁ ଭିଡିଓ...
🎬 Watch Now: Feature Video
ରାୟପୁର: କେବେ ଦେଖିଛନ୍ତି କି ? ପାଣି ନିମ୍ନ ସ୍ଥାନରୁ ଉଚ୍ଚ ସ୍ଥାନକୁ ବୋହିବାର । ଆଉ ମାଟି ଉପରେ ଡେଇଁଲେ ସ୍ପ୍ରିଙ୍ଗ ଭଳି ଅନୁଭବ ହେବାର । ଏହା ଶୁଣିବାକୁ ଅଡୁଆ ଲାଗୁଥିବ ନିଶ୍ଚୟ। କିନ୍ତୁ ହଁ ଏହା ଆଶ୍ଚର୍ଯ୍ୟ ହେଲେ ବି ସତ । ଆଖିକୁ ଚମତ୍କାର ଲାଗୁଥିବା ଏ ଦୃଶ୍ୟ ହେଉଛି ଛତିଶଗଡ ସରଗୁଜା ଜିଲ୍ଲାର ବିସରପାନି ଗାଁର । ଖାଲି ସେତିକି ନୁହଁ ଗାଡିକୁ ଯଦି ଆପଣ ନ୍ୟୁଟ୍ରାଲରେ ରଖିଛନ୍ତି ତେବେ ଗାଡି ଗୁଡିକ ତଳକୁ ନୁହଁ ବରଂ ଉପରକୁ ଉପରକୁ ଯାଉଥିବା ଦେଖିବାକୁ ମିଳିଛି ଏଠାରେ । ଏହି ସ୍ଥାନକୁ ଛତିଶଗଡର ସିମଲା ବୋଲି କୁହାଯାଇଥାଏ ।