ଭୁବନେଶ୍ବର: ଆଜି ଓୟୁଏଟିରେ ରାଜ୍ୟ ସ୍ତରୀୟ ଜାତୀୟ ଦୁଗ୍ଧ ଦିବସ ପାଳନ କରାଯାଇଛି । ରାଜ୍ୟରେ ମୁଣ୍ଡ ପିଛା ୩୦୦ ଗ୍ରାମ ଦୁଗ୍ଧ ଆବଶ୍ୟକ ରହିଥିବା ବେଳେ ଉତ୍ପାଦନ ମାତ୍ର ୧୬୦ ଗ୍ରାମରେ ସୀମିତ ରହିଯାଇଛି । ପାଖାପାଖି ୫୦ ପ୍ରତିଶତ ଉତ୍ପାଦନ କମ୍ ରହିଛି । ତେବେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ପାଇଁ ପଦେକ୍ଷପ ନେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଗୋମାତା ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ସରକାର ଆଣିଥିବା କହିଛନ୍ତି ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।
ଦୁଗ୍ଧ ଉତ୍ପାଦନରେ ବହୁ ପଛରେ ରାଜ୍ୟ! :
ଏନେଇ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, "ଆମ ରାଜ୍ୟରେ ଏବେ ଦୈନିକ ପ୍ରାୟ ୭୨ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦିତ ହେଉଛି । ମୁଣ୍ଡପିଛା ଦୈନିକ ୩୦୦ ଗ୍ରାମ ଦୁଗ୍ଧ ଆବଶ୍ୟକ ଥିବା ବେଳେ ଆମ ରାଜ୍ୟରେ ପ୍ରାୟ ୧୬୦ ଗ୍ରାମ ଦୁଗ୍ଧ ଉତ୍ପାଦିତ ହେଉଛି । ଦୁଗ୍ଧ ଉତ୍ପାଦନରେ ପଛରେ ପଡ଼ିଯାଇଛି । ଏଥିପାଇଁ ସମ୍ପୂର୍ଣ୍ଣ ରୂପେ ପୂର୍ବ ସରକାର ଦାୟୀ । ଗୋପାଳନ କିମ୍ବା ଗୋ ସୁରକ୍ଷା କ୍ଷେତ୍ରରେ ସେଭଳି ପଦକ୍ଷେପ ନେଇ ନ ଥିଲେ । ଯାହା ଫଳରେ ଉତ୍ପାଦନ ବହୁତ କମ ହେଉଛି । ମୋହନ ମାଝୀଙ୍କ ସରକାରରେ ଦୁଗ୍ଧ ବିପ୍ଳବ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବା ସହିତ ଉତ୍ପାଦନ ବୃଦ୍ଧି କରିବା ପାଇଁ ପଦେକ୍ଷପ ସ୍ୱରୂପ ମୁଖ୍ୟମନ୍ତ୍ରୀ କମଧେନୁ ଯୋଜନା ଆରମ୍ଭ କରିଛନ୍ତି । ଗୋମାତା ଯୋଜନା ୩୦୦ କୋଟି, କାମଦେନୁ ଯୋଜନା ପାଇଁ ୧୪୨୩ କୋଟି ବଜେଟ ହୋଇଛି । ଭିତିଭୂମି ସୁଦୃଢ କରିବା ପାଇଁ ୬୦୦ କୋଟି ବଜେଟ କରାଯାଇଛି । ଗ୍ରାମ ଅଞ୍ଚଳରେ ଗୋପାଳନ କ୍ଷେତ୍ରରେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ୫୦ ପ୍ରତିଶତ ରିହାତିର ବ୍ୟବସ୍ଥା, ଅସାଧାରଣ ଲୋକଙ୍କ ପାଇଁ ୪୦ ପ୍ରତିଶତ ବ୍ୟବସ୍ଥା କରାଯାଇଛି । ଘାଷ ଚାଷ ପାଇଁ ଖୁବଶୀଘ୍ର ସବସିଡିର ବ୍ୟବସ୍ଥା କରାଯାଉଛି । ଆଗାମୀ ଦିନରେ ଓଡିଶା ୨ ଗୁଣ ଦୁଗ୍ଧ ଉତ୍ପାଦନ କରିବ । OMFEDକୁ ସଶକ୍ତ କରିବା ସହିତ ପୁନଃ ଗଠନ କରାଯାଉଛି ।"
ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଚାଷୀ ପାଇବେ ଲାଭ:
ପଶୁସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ କହିଛନ୍ତି, "ରାଜ୍ୟ ସରକାର ଗୋପାଳନକୁ ପ୍ରାଧାନ୍ୟ ଦେଇ ନୂତନ ଭାବ 'ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା' ଆରମ୍ଭ କରିଛନ୍ତି । ଏହା ମାଧ୍ୟମରେ ଆଗାମୀ ୫ ବର୍ଷରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନକୁ ୨ ଗୁଣ କରିବାର ଲକ୍ଷ୍ୟ ରଖାଯାଇଛି । ଗାଈ ଓ ମଇଁଷି ପାଳନ ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଯୋଗାଇ ଦିଆଯାଉଛି । ଗୋପାଳନ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ୩୦ ପ୍ରତିଶତ ରିହାତିର ପ୍ରତିଶ୍ରୁତି ଦିଆଯାଇଛି । ଏହା ରାଜ୍ୟର ଗୋପାଳକ, ମହିଳା, ଉଦ୍ୟୋଗୀ ଓ ଯୁବକଯୁବତୀମାନଙ୍କୁ ଗୋପାଳନ ପ୍ରତି ଆକୃଷ୍ଟ କରିବ ଏବଂ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇ ଉଚ୍ଚତମ ସୋପାନରେ ପହଞ୍ଚିବ ।"
ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା:
ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଗାଈ ଫାର୍ମ ଓ ଦୁଗ୍ଧ ପ୍ରକ୍ରିୟାକରଣ ୟୁନିଟ (Milk Processing Plant) ପ୍ରତିଷ୍ଠା କରିବା ପାଇଁ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦିଆଯାଉଛି । ଗାଈଙ୍କ ରୋଗ ନିୟନ୍ତ୍ରଣ ଦୁଗ୍ଧ ଉତ୍ପାଦନ ଉପରେ ବହୁତ ପ୍ରଭାବ ପକାଇଥାଏ । ତେଣୁ ସେ କ୍ଷେତ୍ରରେ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଗୋପାଳକମାନଙ୍କ ପାଖରେ ପ୍ରାଣୀ ଚିକିତ୍ସା ସେବା ପହଞ୍ଚାଇଦେବା ପାଇଁ ରାଜ୍ୟରେ ୩୧୪ ଗ୍ରାମ୍ୟମାଣ୍ୟ ପ୍ରାଣୀଚିକିତ୍ସା ୟୁନିଟ କାର୍ଯ୍ୟ କରୁଛି । ରାଜ୍ୟର ଗୋପାଳକଙ୍କୁ ଆର୍ଥିକ ଲାଭବାନ କରିବା ପାଇଁ ଲିଙ୍ଗ ନିରୂପିତ ଶୁକ୍ର (Sex Sorted Semen) ମାଧ୍ୟମରେ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମ କରାଯାଉଛି । ଏହା ମାଧ୍ୟମରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ମାଈ ବାଛୁରୀ ଜନ୍ମ ହୋଇ ଗୋପାଳନ ଲାଭବାନ ହେଉଛନ୍ତି । ଏଥି ପାଇଁ ୭୫ ପ୍ରତିଶତ ରିହାତି ଯୋଗାଇ ଦିଆଯାଉଛି । OMBADC କାର୍ଯକ୍ରମ ଚାଲୁଥିବା ଅଞ୍ଚଳରେ ଏହା ଶତ ପ୍ରତିଶତ ରିହାତିରେ ଯୋଗାଇ ଦିଆଯାଉଛି ।
ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଗୋପାଳକଙ୍କ ଆୟ ବୃଦ୍ଧି ପାଇଁ ନଗଦ ପ୍ରୋତ୍ସାହନ:-
କେଉଁମାନେ ଲାଭବାନ୍ ହେବେ:
- OMFED ଅଧୀନ ଦୁଗ୍ଧ ଉତ୍ପାଦକ ସମବାୟ ସମିତିରେ ନିୟମିତ କ୍ଷୀର ଯୋଗାଉଥିବା ଗୋପାଳକ ମାନେ ବିଶେଷ ଭାବରେ ଲାଭବାନ ପାଇବେ ।
- ଗୁଣବତ୍ତା ମାନକ ଯୁକ୍ତ ଦୁଗ୍ଧ ଯୋଗାଣ କରୁଥିବା ଯୋଗ୍ୟ ଗୋପାଳକ ଅତିକମରେ ୩.୫ % ଫ୍ୟାଟ୍ ଓ ୮ % ଏସଏନଏଫ୍ ପାଇବେ ।
ଯୋଜନାର କଣ ରହିବ ଲାଭ: - ଓମଫେଡ୍ ଅଧିନ ଦୁଗ୍ଧ ଉତ୍ପାଦକ ସମବାୟ ସମିତିରେ ଦେଉଥିବା ପ୍ରତି ଲିଟର କ୍ଷୀରରେ ଅଧିକ ୫ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ।
ଏହାମଧ୍ୟ ପଢ଼ନ୍ତୁ...ରାଜ୍ୟରେ ଲାଗୁ ହେବ 'ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା', ଖର୍ଚ୍ଚ ହେବ ୧୪୨୪ କୋଟି - Kamadhenu Yojana |
- ଅଭାବୀ ସମୟ ଶେଷରେ ସିଧାସଳଖ ଗୋପାଳକଙ୍କ ବ୍ୟାଙ୍କ ଖାତା (ଆଧାର ଲିଙ୍କ ହୋଇଥିବା)ରେ ପ୍ରୋତ୍ସାହନ ଟଙ୍କା ଜମା କରାଯିବ।
ଘରେ ଘରେ ସବୁଜ ଗୋ-ଖାଦ୍ୟ: - ଅଧିକ କ୍ଷୀର ଦେଉଥିବା ଗାଈକୁ ଦୈନିକ ଭାବରେ ୧୦ରୁ ୧୫ କେଜି ସବୁଜ ଘାସ ଖୁଆଇବା ଦ୍ଵାରା ସେମାନଙ୍କର ସ୍ୱାସ୍ଥ୍ୟର ଉନ୍ନତି ହେବା ସହିତ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଘଟିବ ।
- ବାରମାସୀ ଘାସ ଚାଷ କରିବା ପାଇଁ ଏକର ପିଛା ୩୫ ହଜାର ଟଙ୍କା ଯଥା, ପ୍ରଥମ ବର୍ଷ ୧୫ ହଜାର, ଦ୍ଵିତୀୟ ବର୍ଷ ୧୨ ହଜାର ଟଙ୍କା ଓ ତୃତୀୟ ବର୍ଷ ୮ ହଜାର ଟଙ୍କାର ସହାୟତା ଦିଆଯିବ ।
- ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ମୋ ସେବା କେନ୍ଦ୍ର କିମ୍ବା ଘରେ ବସି ଗୋ ସୁଗମ ପୋର୍ଟାଲରେ ଆବେଦନ କରିବାକୁ ପରାମର୍ଶ କରାଯାଇଛି
ଆବଶ୍ୟକୀୟ ଦସ୍ତାବିଜ୍:
- ଆଧାର କାର୍ଡ
- ଜମି ପଟ୍ଟା ଓ ଲିଜ ରେକର୍ଡର ନକଲ
- ବ୍ୟାଙ୍କ ପାସ ବହିର ପ୍ରଥମ ପୃଷ୍ଠାର ନକଲ
- ତିନି ବର୍ଷ ପର୍ଯ୍ୟନ୍ତ ବାଧ୍ୟତାମୂଳକ ଭାବେ ସବୁଜ ଘାସ ଚାଷ କରିବାର ହିତାଧିକାରୀଙ୍କ ଘୋସୂନା ପତ୍ର।
ଏହାମଧ୍ୟ ପଢ଼ନ୍ତୁ...ରାଜ୍ୟରେ ଗୋ ସୁରକ୍ଷା ଉପରେ ଅଧିକ ଫୋକସ: ପଶୁ ସମ୍ପଦ ମନ୍ତ୍ରୀ ଏହାମଧ୍ୟ ପଢ଼ନ୍ତୁ...ରାଜ୍ୟରେ ଖୋଲିବ ଓମଫେଡର ୩ଟି ନୂଆ ଡାଏରୀ ପ୍ଲାଣ୍ଟ, ଦୁଗ୍ଧ ଚାଷୀଙ୍କୁ ମିଳିବ ପ୍ରୋତ୍ସାହନ ରାଶି |
ନଭେମ୍ବର ୨୬ ତାରିଖକୁ ସମଗ୍ର ଦେଶ ପାଳନ କରୁଛି ରାଷ୍ଟ୍ରୀୟ ଦୁଗ୍ଧ ଦିବସ । ଦୁଗ୍ଧ ଉତ୍ପାଦନର ବିପ୍ଲବୀ ଡଃ ଭର୍ଗିସ୍ କୁରିଏନ ଜନ୍ମ ତିଥିରେ ଏହି ଦିନଟିକୁ ରାଷ୍ଟ୍ରୀୟ ଦୁଗ୍ଧ ଦିବସ ଭାବରେ ପାଳନ କରାଯାଏ । ଏନେଇ ଆଜି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅଡଶପୁରସ୍ଥିତ ଓମଫେଡ ଶୀତଳକରଣ ଭଣ୍ଡାର ପରିସରରେ ରାଷ୍ଟ୍ରୀୟ ଦୁଗ୍ଧ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓମଫେଡ୍ର ବୈଷୟିକ ପରାମର୍ଶଦାତା ଦିଗମ୍ବର ନାୟକ, କଟକ ଜିଲ୍ଲା ଗ୍ରାମାଞ୍ଚଳର ଦୁଗ୍ଧ ଚାଷୀ ଓ ସେବା ସମବାୟ ସମିତିର ସଭାପତି ଓ ସମ୍ପାଦକମାନେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର