Puppy Shower ceremony: ମଦୁରାଇ ପୋଲିସଙ୍କ ନିଆରା ପ୍ରେମ, ସୁଜିକୁ ପିନ୍ଧାଇଲେ ସିନ୍ଦୂର-ଚୁଡ଼ି - ମଦୁରାଇ ଭାଇରାଲ ଭିଡ଼ିଓ
🎬 Watch Now: Feature Video
ଚେନ୍ନାଇ: ତାମିଲନାଡୁର ମଦୁରାଇ ଜୟହିନ୍ଦପୁରମ ଅଞ୍ଚଳରେ ଦେଖିବାକୁ ମିଳିଛି ନିଆରା ପଶୁପ୍ରେମ । ଯେଉଁଠି ଗର୍ଭବତୀ କୁକୁର ସୁଜି(Suji)ର କରାଯାଇଛି ଗୋଦ୍ଭରାଇ । ତାମିଲନାଡୁ ପୋଲିସ ବିଭାଗର ସବ୍-ଇନ୍ସପେକ୍ଟର ଶକ୍ତିଭେଲ ନିଜ ପୋଷା କୁକୁର ପାଇଁ ଏହି ଶାଦ ଭୋଜନର ଆୟୋଜନ କରିଛନ୍ତି । ମା' ହେବାକୁ ଯାଉଥିବା କୁକୁର ପାଇଁ ତିଆରି ହୋଇଛି ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ଭୋଜନ । ଏହି ଉତ୍ସବରେ ଶକ୍ତିଭେଲଙ୍କ ପରିବାର ବର୍ଗ ସହିତ ଅନେକ ବନ୍ଧୁ, ସହକର୍ମୀ ଓ ପଡ଼ୋଶୀ ସାମିଲ ହୋଇଛନ୍ତି । ସୁଜିକୁ ରଙ୍ଗବେରଙ୍ଗର ଚୁଡ଼ି ପିନ୍ଧାଯିବା ସହିତ କରାଯାଇଛି ବନ୍ଦାପନା । ୫ ପ୍ରକାରର ଭାତ ତିଆରି କରାଯାଇଛି । ସେପଟେ ଶକ୍ତିଭେଲ କହିଛନ୍ତି ଯେ ସେ ପିଲା ବେଳୁ କୁକୁର ପାଳି ଆସୁଛନ୍ତି । ସେମାନେ ତାଙ୍କ ପରିବାରର ସଦସ୍ୟ ପରି । ତେବେ ସେମାନେ ସୁଜି ଗର୍ଭବତୀ ଥିବା ଜାଣିବା ପରେ ଲୋକେ ପାଳୁଥିବା baby shower ପରି ସୁଜି ପାଇଁ ମଧ୍ୟ ଏହି ଉତ୍ସବ ପାଳିବାକୁ ମନସ୍ଥ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ