ସୋନୁ ସୁଦଙ୍କ କାର୍ଯ୍ୟରୁ ପ୍ରେରିତ ଗ୍ରାମବାସୀ: ନିଜ କ୍ଷମତାରେ ନିର୍ମାଣ କରୁଛନ୍ତି ରାସ୍ତା - ସୋନୁ ସୁଦ

🎬 Watch Now: Feature Video

thumbnail

By

Published : Aug 24, 2020, 7:18 PM IST

ଅମରାବତୀ: ସୋନୁ ସୁଦଙ୍କ କାମରୁ ପ୍ରଭାବିତ ଗ୍ରାମବାସୀ । ନିଜ ସକ୍ଷମରେ ଗାଁକୁ ରାସ୍ତା ନିର୍ମାଣ କରୁଛନ୍ତି ଗ୍ରାମବାସୀ । 1947 ମସିହାରୁ ସରକାରଙ୍କୁ ବାରମ୍ବାର ଗୁହାରି କରିବା ପରେ, ସରକାର କୌଣସି ପଦକ୍ଷେପ ଗ୍ରହଣ କରିନିଥିଲେ । ଫଳରେ ମୁଖ୍ୟସ୍ରୋତରୁ ବିଚ୍ଛିନ୍ନ ଥିବା ଆନ୍ଧ୍ରପ୍ରଦେଶର 2ଟି ଗ୍ରାମ ନିଜ ଅର୍ଥରେ ରାସ୍ତା ଘାଟି ଉପରେ ରାସ୍ତା ନିର୍ମାଣ କରୁଛନ୍ତି । ବ୍ୟାଙ୍କରୁ ଦୁଇଟି ଲୋନ୍ ଓ ଗ୍ରାମରେ ପ୍ରତି ଘରୁ 2 ହଜାର ଲେଖାଏଁ ଆଦାୟ କରି ପ୍ରାୟ 20 ଲକ୍ଷ ଟଙ୍କା ଅର୍ଥରେ ରାସ୍ତା ନିର୍ମାଣ କରାଯାଉଛି । ପଡୋଶୀ ରାଜ୍ୟ ଓଡିଶାରୁ ଜେସିବି ଆଣି ଏହି ରାସ୍ତା ନିର୍ମାଣ କରାଯାଉଛି । ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଅଭିନେତା ସୋନୁ ସୁଦ୍ । ଏହାସହ ଖୁବ ଶୀଘ୍ର ଏହି ଗ୍ରାମକୁ ବୁଲିଯିବେ ବୋଲି ସେ ଟ୍ବିଟ କରି ଜଣାଇଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.