‘ପଛୁଆବର୍ଗଙ୍କୁ ସାମ୍ବିଧାନିକ ଅଧିକାର ମିଳିବା ଦରକାର’
🎬 Watch Now: Feature Video
ନୂଆଦିଲ୍ଲୀ: ରାଜ୍ୟରେ ହେବାକୁ ଥିବା ଓବିସି ସର୍ଭେକୁ ନେଇ ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରେସମିଟ୍ କରି ପଛୁଆଙ୍କୁ ସାମ୍ବିଧାନିକ ଅଧିକାର ମିଳିବା ଦରକାର ବୋଲି କହିଲେ କେନ୍ଦ୍ରମନ୍ତ୍ରୀ । ତେବେ ପଛୁଆ ବର୍ଗ କିଏ ତାହାର ତାଲିକା ସରକାରଙ୍କ ପାଖରେ ପୂର୍ବରୁ ରହିଛି । ତେଣୁ ଏହାକୁ ଶୀଘ୍ର ଲାଗୁ କରିବାକୁ ସେ କହିଛନ୍ତି । ଏହାସହ ରାଜନୀତିରୁ ଉର୍ଦ୍ଧ୍ବକୁ ଉଠି ସରକାର ଏନେଇ କାର୍ଯ୍ୟ କରନ୍ତୁ । ଓଡିଶାରେ ପଛୁଆ ବର୍ଗ ଲୋକଙ୍କୁ ସାମ୍ବିଧାନିକ ଅଧିକାର ଦିଆଯାଉ । ନବୀନ ସରକାର ଏହାର ଶ୍ରେୟ ପଛେ ନିଅନ୍ତୁ କିନ୍ତୁ ଲାଗୁ କରନ୍ତୁ ବୋଲି ସେ କହିଛନ୍ତି ।