thumbnail

ଶ୍ରାବଣରେ ଶିବଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଠେଲାପେଲା, ଭୁଲିଗଲେ କୋରୋନା କଟକଣା

By

Published : Jul 27, 2021, 2:25 PM IST

ଭୋପାଳ: ବିଶ୍ବ ପ୍ରଶିଦ୍ଧ ଉଜ୍ଜୟିନୀ ମହାକାଳ ମନ୍ଦିରରେ ରେକର୍ଡ ଭଙ୍ଗା ଲୋକଙ୍କ ଭିଡ । କୋରୋନା କଟକଣାକୁ ବେଖାତିର କରି ମନ୍ଦିରରେ ଦେଖିବାକୁ ମିଳିଛି ହଜାର ହଜାର ଲୋକଙ୍କ ଭିଡ । ଗତକାଲି ଶ୍ରାବଣ ମାସ ପ୍ରଥମ ସୋମବାର ଥିବାରୁ ଏଠାରେ ଦେଖିବାକୁ ମିଳିଛି ଖଚା ଖଚ୍ ଭିଡ । ଏହା ସାଙ୍ଗକୁ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଠେଲାପେଲା । ଏପରି ଦଳା ଚକଟା ଯେ, ପୋଲିସ ମଧ୍ୟ ଲୋକଙ୍କୁ ଆୟତ୍ତ କରିବା ପାଇଁ ନାକେଦମ୍ ହୋଇଯାଇଛି । ତେବେ ପ୍ରଶ୍ନ ଉଠୁଛି ସମ୍ଭାବ୍ୟ 3ୟ ଲହର ପାଇଁ ସରକାର ଆଗୁଆ ସତର୍କତା ଜାରିକରି ଥିବାବେଳେ ଲୋକଙ୍କ ମଧ୍ୟରେ ଏ ବେଖାତିର 3ୟ ଲହରକୁ ନିମନ୍ତ୍ରଣ କଲାପରି ଲାଗୁନି ତ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.