ETV Bharat / state

ପୁତ୍ରହନ୍ତା ମାଆକୁ ସଜ୍ଜା, ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ - LIFE IMPRISONMENT

ନିଜର ଦେଢ଼ମାସର ଶିଶୁପୁତ୍ରକୁ ନିର୍ମମ ଭାବେ ହତ୍ୟା କରିଥିବା ମାଆକୁ ଆଜୀବନ କାରାଦଣ୍ଡ । ରାୟ ଶୁଣାଇଲେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ ।

Rairangapur Civil court
Rairangapur Civil court (ETV Bharat Odisha)
author img

By ETV Bharat Odisha Team

Published : Oct 4, 2024, 8:34 PM IST

ରାଇରଙ୍ଗପୁର: ମା’ର ମମତା ଆଗରେ ସବୁ କିଛି ତୁଚ୍ଛ । କଥାରେ ଅଛି ମାଆ ନାହିଁ ଯାହାର ସାହା ନାହିଁ ତାହାର । ହେଲେ ସବୁ ମମତାକୁ ମାରି ଦେଇ ନିଜ ଦେଢ ବର୍ଷ ଶିଶୁର ଜୀବନ ନେଇଥିଲା ମାଆ । ଆଜି ସେହି ସଇତାନ ମାଆଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । 2023 ମସିହାରେ ଏହି ଦୁଖଦ ଘଟଣା ଘଟିଥିବା ବେଳେ ପିଶାଚି ମାଆଙ୍କୁ ସଜ୍ଜା ଶୁଣାଇଛନ୍ତି କୋର୍ଟ ।

କଣ ଥିଲା ଘଟଣା ?

ପୁତ୍ରହନ୍ତା ମାଆକୁ ସଜ୍ଜା (ETV Bharat Odisha)

ଏହି ହତ୍ୟାକାଣ୍ଡ ଘଟଣାଟି ଘଟିଥିଲା ୨୦୨୩ ମସିହା ସେପ୍ଟେମ୍ବର ମାସ ୧୦ ତାରିଖ ଦିନ । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ବାଙ୍କିଡିହି ଗ୍ରାମର ପାର୍ବତୀ ନାଏକ କୌଣସି କାରଣରୁ ନିଜ ଦେଢ଼ ମାସର ଶିଶୁପୁତ୍ରକୁ ହତ୍ୟା କରିଥିଲା । ଏଥି ସହ ଶିଶୁପୁତ୍ରର ମୃତଦେହକୁ ନେଇ ଗାଁ ପୋଖରୀରେ ଫୋପାଡି ଦେଇଥିଲା । ପାର୍ବତୀ ନାଏକଙ୍କ ସ୍ବାମୀ ଏହା ଜାଣିବା ପରେ ବିଶୋଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ବିଶୋଇ ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ପାର୍ବତୀ ନାଏକକୁ ଗିରଫ କରି ରାଇରଙ୍ଗପୁର କୋର୍ଟ ଚାଲାଣ କରିଥିଲା ସେହି ସମୟରେ ।

ଆଜି ଆସିଲା ରାୟ:

ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ଏହି ହତ୍ୟାକାଣ୍ଡର ଆଜି ଶୁଣାଣି ହୋଇଛି । ନିଜ ଦେଢ଼ ମାସର ଶିଶୁପୁତ୍ରକୁ ହତ୍ୟା କରି ଗାଁ ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗରେ ହତ୍ୟାକାରୀ ମାଆକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟର ବିଚାରପତି ଉକ୍ତ ହତ୍ୟା ମାମଲାର ବିଚାର ସମୟରେ ସମସ୍ତ ତଥ୍ୟ, ପାରିପାର୍ଶିକ ସ୍ଥିତି, ୧୩ ଜଣ ସାକ୍ଷୀଙ୍କ ବୟାନ, ପୋଲିସର ତଦନ୍ତ ରିପୋର୍ଟ ଓ ଡାକ୍ତରୀ ରିପୋର୍ଟକୁ ଭିତ୍ତି କରି ପାର୍ବତୀ ନାଏକକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଆସାମୀଙ୍କୁ ରାଇରଙ୍ଗପୁର ଉପକାରଗାର ପଠାଇଲେ କୋର୍ଟ:

ଏଥି ସହିତ ଆସାମୀଙ୍କୁ ୫ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବା ନେଇ ରାୟରେ ଉଲ୍ଲେଖ କରାଯାଇଛି । ରାୟ ପ୍ରକାଶ ପାଇବା ପରେ ଆସାମୀକୁ ରାଇରଙ୍ଗପୁର ଉପ କାରାଗାର ପଠାଇ ଦିଆଯାଇଛି । ତେବେ ଏହି ମାମଲାଟିକୁ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ କୋର୍ଟର ଅତିରିକ୍ତ ପିପି ପଙ୍କଜ ଦାସ ପରିଚାଳନା କରୁଥିଲେ ।

କୋର୍ଟଙ୍କ ରାୟ ସମ୍ପର୍କିତ ଖବର କିଛି ପଢନ୍ତୁ:

୩ଟି ସନ୍ତାନ ଥିବାରୁ ପଦବୀ ହରାଇଲେ ବ୍ଲକ ଅଧ୍ୟକ୍ଷା, ପଦ ରଦ୍ଦ କଲେ କୋର୍ଟ

ରକ୍ଷକ ସାଜିଥିଲା ଭକ୍ଷକ, ନାବାଳିକା ଦୁଷ୍କର୍ମକାରୀ କନେଷ୍ଟବଳକୁ ଏଭଳି ସଜ୍ଜା ଶୁଣାଇଲେ କୋର୍ଟ

Step-Son Murder Case: ଔରସରୁ ନୁହେଁ ବୋଲି ମାରିଦେଲା ବାପା, ୫ ବର୍ଷ ପୁଅ ହତ୍ୟାକାଣ୍ଡରେ ସାବତ ବାପାକୁ ସଜ୍ଜା

ମାହାଙ୍ଗା ଡବଲ ମର୍ଡର ମାମଲା, ୯ ଜଣଙ୍କୁ ଆଜୀବନ କାରାଦଣ୍ଡ, ଜଣେ ନିର୍ଦ୍ଦୋଷ

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.