ETV Bharat / politics

‘ଓଡ଼ିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନର ୱାର ରୁମ’, ମୁହାଁମୁହିଁ ଶାସକ-ବିରୋଧୀ - jharkhand assembly election

ଓଡ଼ିଶାରେ ଝାଡ଼ଖଣ୍ଡ ନିର୍ବାଚନ ତାତି । ଓଡ଼ିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନର ୱାର ରୁମ ବୋଲି ବିଜେଡି ଅଭିଯୋଗ ଆଣିଥିବାବେଳେ ସମର୍ଥନ କରିଛି କଂଗ୍ରେସ । ସେପଟେ ଅଭିଯୋଗ ଗୁଜବ କହିଲା ବିଜେପି ।

author img

By ETV Bharat Odisha Team

Published : 2 hours ago

'ଓଡ଼ିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନର ୱାର ରୁମ'; ମୁହାଁମୁହିଁ ଶାସକ-ବିରୋଧୀ
'ଓଡ଼ିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନର ୱାର ରୁମ'; ମୁହାଁମୁହିଁ ଶାସକ-ବିରୋଧୀ (ETV Bharat Odisha)

ଭୁବନେଶ୍ବର: ଓଡ଼ିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନ ୱାର ରୁମ ସାଜିଥିବା ଅଭିଯୋଗ ଆଣିଛି ବିଜେଡି । ବିଜେଡିର ଅଭିଯୋଗକୁ ଆଜି ସମର୍ଥନ କରିଛି କଂଗ୍ରେସ । ଫଳରେ ଓଡିଶା ରାଜଭବନ ରାଜନୈତିକ ପଶାପାଲିରେ ଛନ୍ଦି ହୋଇପଡିଛି । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିରୋଧୀ କଂଗ୍ରେସ, ବିଜେଡି ଓ ଶାସକ ବିଜେପି ।

ଓଡ଼ିଶାରେ ଝାଡ଼ଖଣ୍ଡ ନିର୍ବାଚନ ତାତି:

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି,"କୌଣସି ରାଜ୍ୟର ରାଜଭବନରେ ଏପରି ହେବା କଥା ନୁହେଁ । ଝାଡ଼ଖଣ୍ଡ ନିର୍ବାଚନ କାର୍ଯ୍ୟ ଓଡିଶା ରାଜଭବନରେ ହେଉଥିବା ଘଟଣା ଦୁଃଖଦାୟକ । ଏଭଳି ହେବା ଉଚିତ୍ ନୁହେଁ । ଦଳ ରଣନୀତି ପ୍ରସ୍ତୁତ କରେ । ରାଜ୍ୟପାଳ ସେ କାର୍ଯ୍ୟରେ ସାମିଲ ହେବା ଉଚିତ ନୁହେଁ । ରାଜ୍ୟପାଳ ଦଳରୁ ଊର୍ଦ୍ଧ୍ବରେ ରହିବା କଥା । ରାଜ୍ୟପାଳ ପଦ ଏକ ସାମ୍ବିଧାନିକ ଓ ସମ୍ମାନିତ ପଦବୀ । କୌଣସି ଦଳୀୟ କାର୍ଯ୍ୟ ରାଜଭବନରେ ହେବା କଥା ନୁହେଁ । ଏହା ଆଇନ ବିରୁଦ୍ଧ ଆଚରଣ । କଂଗ୍ରେସ ଏହାକୁ ବିରୋଧ କରୁଛି । କୌଣସି ରାଜନୈତିକ କାର୍ଯ୍ୟ ରାଜଭବନରେ ହେବାକୁ ଆମେ ବିରୋଧ କରୁଛୁ । ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମରା ଘଟଣାରେ ସରକାର ତଦନ୍ତ କରୁଥିଲେ । ଆଜି ପର୍ଯ୍ୟନ୍ତ ଏହା ପ୍ରକାଶ ହୋଇନାହିଁ ।"

'ରାଜଭବନ ବିଜେପିର କଣ୍ଟ୍ରୋଲ ରୁମ':

ବିଜେଡି ବିଧାୟକ ପ୍ରଦୀପ ଦିସାରୀ କହିଛନ୍ତି,"ତଥ୍ୟ ନଥାଇ ବିଜେଡି କୌଣସି ପ୍ରସଙ୍ଗ ଉଠାଏ ନାହିଁ । ବିଜେଡି ପ୍ରସଙ୍ଗ ଉଠାଇବା ପରେ କଂଗ୍ରେସ ଏହାକୁ ସମର୍ଥନ କରିଛି । ଯାହା ଅଭିଯୋଗ ହୋଇଛି ତାହା ନିରାଟ ସତ୍ୟ କଥା । ରାଜ୍ୟପାଳ ନିଜର ପଦ ମର୍ଯ୍ୟାଦା ରଖିବା କଥା । ସେ ଗୋଟେ ସାମ୍ବିଧାନିକ ପଦରେ ଅଛନ୍ତି । ତାହା ନକରି ସେ ବିଜେପିର ମୁରବି ଭାବେ କାର୍ଯ୍ୟ କରୁଛନ୍ତି । ଏହା ନିହାତି ଭାବେ ନିନ୍ଦନୀୟ କାର୍ଯ୍ୟ । ରାଜଭବନ ରାଜନୈତିକ କାର୍ଯ୍ୟାଳୟ ସାଜିଛି । ଝାଡଖଣ୍ଡ ବିଜେପିର ସମସ୍ତ ପ୍ରସଙ୍ଗ ସେଇଠି ଆଲୋଚନା ହେଉଛି । ରାଜଭବନ ବିଜେପିର କଣ୍ଟ୍ରୋଲ ରୁମ ଭାବେ କାର୍ଯ୍ୟ କରୁଛି ।"

ଏହା ମଧ୍ୟ ପଢନ୍ତୁ ....'ରାଜଭବନ ନା ରାଜନୈତିକ ଆଡ୍ଡାସ୍ଥଳୀ' ପ୍ରଶ୍ନ କଲା ବିଜେଡି - BJD Targets Raj Bhawan

ଏହା ମଧ୍ୟ ପଢନ୍ତୁ ....ଝାଡ଼ଖଣ୍ଡରେ ଉଠିଲା ଓଡ଼ିଆ ଅସ୍ମିତା, ଏମିତି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - CM Mohan Majhi In Jharkhand

ଏହା ମଧ୍ୟ ପଢନ୍ତୁ ....ମନମୋହନଙ୍କୁ ବଦ୍ରିଙ୍କ ଚ୍ୟାଲେଞ୍ଜ; ‘ତାକତ ଅଛି ତ ବିଜେଡିକୁ ଖାଲି କରି ଦେଖାଅ’ - Badri Patra Targets Manmohan

'ନିର୍ବାଚନ କଣ୍ଟ୍ରୋଲ ରୁମ ଅଭିଯୋଗ ଏକ ଗୁଜବ':

ବିଜେପି ବିଧାୟକ ଭାସ୍କର ମଢେଇ କଂଗ୍ରେସ ଓ ବିଜେଡିର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଭାସ୍କର କହିଛନ୍ତି, "ଓଡିଶା ରାଜଭବନ ଓ ଝାଡଖଣ୍ଡ ନିର୍ବାଚନ ଭିନ୍ନ କଥା । ବିଭିନ୍ନ ରାଜ୍ୟ ରାଜ୍ୟ ସହ ଦଳର ସମ୍ପର୍କ ଥାଏ । କିଏ କେଉଁଠିକୁ ଯିବା ବା ଆସିବ ତାହା ଦଳ ଆଧାରରେ ବିଚାର ହୁଏ । ସେଥିରେ ଆମର କିଛି କହିବାର ନାହିଁ । ଯିଏ ଯେଉଁଠିକି ଯାଇପାରିବ । ଲୋକଙ୍କ ସହ ମିଶି ପାରିଲା, ଲୋକଙ୍କ ପ୍ରିୟ ହୋଇପାରିଲା । ସେ ସରକାର ସଫଳ ସରକାର । ରାଜଭବନ ସମସ୍ତଙ୍କର । ସେଥିରେ କୌଣସି ରାଜନୀତି ନାହିଁ । ବିଭିନ୍ନ ସମସ୍ୟା ନେଇ ସମସ୍ତେ ରାଜ୍ୟପାଳଙ୍କ ପାଖକୁ ଯାଇପାରିବେ । ନିର୍ବାଚନ କଣ୍ଟ୍ରୋଲ ରୁମ ଅଭିଯୋଗ ଏକ ଗୁଜବ । ବିରୋଧୀ ଦଳ ବିଭିନ୍ନ କଥାକୁ ନେଇ ଶାସକ ଦଳକୁ ସମାଲୋଚନା କରିବେ । ବିରୋଧୀଙ୍କ ଏହି ଅଭିଯୋଗରେ ଆମେ ସହମତ ନୁହଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.