ETV Bharat / state

ପୂଜା ପୂର୍ବରୁ ରାସ୍ତାଘାଟ ମରାମତି ଶେଷ କରିବାକୁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ - Orissa High Court

ପୂଜା ପୂର୍ବରୁ ସରିବ ରାସ୍ତାଘାଟ ମରାମତି କାମ । ଲାଗିବ ଷ୍ଟ୍ରିଟ ଲାଇଟ । ପୂଜାରେ ଶୁଭିବନି ଡିଜେ ସାଉଣ୍ଡ । ନିର୍ଦ୍ଦେଶ ଦେଲେ ହାଇକୋର୍ଟ

author img

By ETV Bharat Odisha Team

Published : 2 hours ago

Orissa High Court
Orissa High Court (ETV Bharat Odisha)

କଟକ: ସିଲଭର ସିଟିର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ବିଭାଗକୁ ହାଇକୋର୍ଟ, ବାରମ୍ବାର ନିର୍ଦ୍ଦେଶ ଦେଉଛନ୍ତି । ମାତ୍ର ବିଭାଗ ଏହି ସମସ୍ୟା ଗୁଡିକ ସମାଧାନ ସଠିକ ଢଙ୍ଗରେ କରୁ ନାହାଁନ୍ତି । ଯାହାକୁ ନେଇ କୋର୍ଟ ଅସନ୍ତୋଷ ଜାହିର କରିବା ସହ ତ୍ୱରନ୍ତ ସହର ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ପୂଜା ପୂର୍ବରୁ ସହରର ରାସ୍ତାଘାଟ ମରାମତି, ଷ୍ଟ୍ରିଟ ଲାଇଟ ଗୁଡିକର ମରାମତି କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେହିପରି ପୂଜା ସମୟରେ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସହରରେ ଯେପରି ଡିଜେ ନ ଵାଜେ ସେଥିପାଇଁ ପଦକ୍ଷେପ ନେବାକୁ କୋର୍ଟ କହିଛନ୍ତି ।

ରାସ୍ତାଘାଟ ମରାମତି ଶେଷ କରିବାକୁ ନିର୍ଦ୍ଦେଶ:

ସହରର ୫୯ଟି ୱାର୍ଡର ରାସ୍ତାଘାଟ ଅତି ଶୋଚନୀୟ ଅବସ୍ଥା ହୋଇଥିଲା । ଯାହାକୁ କୋର୍ଟ ଅତି ଗୁରୁତ୍ୱ ସହ ନେଇ ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ମରାମତି ସମୟରେ ଅତି ନିମ୍ନମାନର କାର୍ଯ୍ୟକୁ ନେଇ କୋର୍ଟ କଡା ସମାଲୋଚନା କରିଛନ୍ତି । ରାତିରେ ପିଚୁ କାମ ହେଲେ ସକାଳୁ ପିଚୁ ଛାଡି ଯାଉଛି । ଏଭଳି ନିମ୍ନମାନର କାର୍ଯ୍ୟ ହୋଇଥିବା ନେଇ କୋର୍ଟଙ୍କୁ ଅବଗତ କରାଯାଇଥିଲା । କୋର୍ଟ ଏହାର ତୁରନ୍ତ ସମାଧାନ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଏହି ମାମଲାର ଶୁଣାଣି ସମୟରେ ସିଏମସି କମିଶନର, କଟକ ଡିସିପି କୋର୍ଟରେ ହାଜର ହୋଇଥିଲେ । କେବେ ସୁଦ୍ଧା ସହରର ରାସ୍ତାଘାଟ କାର୍ଯ୍ୟ ଶେଷ ହେବ ବୋଲି କୋର୍ଟ କମିଶନରଙ୍କୁ ପ୍ରଶ୍ନ କରିଥିଲେ । ସହରର ସମସ୍ୟା ସମାଧାନ କରିବାରେ କାହିଁକି ବିଳମ୍ବ ହେଉଛି ବୋଲି କୋର୍ଟ ପ୍ରଶ୍ନ କରିବା ସହ ପୂଜା ପୂର୍ବରୁ ତୁରନ୍ତ ଏହାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଯୁଦ୍ଧକାଳୀନ ଭାବରେ ରାସ୍ତାଘାଟ କାର୍ଯ୍ୟ ଚାଲୁଛି । ଦିନେ ଦୁଇ ଦିନ ମଧ୍ୟରେ ରାସ୍ତାଘାଟ ମରାମତି କାର୍ଯ୍ୟ ଶେଷ ହେବ ବୋଲି କୋର୍ଟଙ୍କୁ କମିଶନର ପ୍ରତିଶ୍ରୁତି ଦେଇଛନ୍ତି ।

Orissa High Court (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ଭରତପୁର ଥାନା କାଣ୍ଡ: ପୋଲିସଙ୍କ ହେବ ପଲିଗ୍ରାଫ ଟେଷ୍ଟ ! ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ SIଙ୍କ ମାଆ - Polygraph Test Of Cops

ଏହା ମଧ୍ୟ ପଢ଼ନ୍ତୁ...ହାଇକୋର୍ଟରେ ଉଠିଲା ନର୍ସିଂ ଆନ୍ଦୋଳନ ପ୍ରସଙ୍ଗ, ରୋଗୀ ସେବା ବ୍ୟାହତ ନହେବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ଗୁରୁତ୍ବ - High court On Nursing Strike

ଏହା ମଧ୍ୟ ପଢ଼ନ୍ତୁ...ହାଇକୋର୍ଟଙ୍କ ବଡ଼ ରାୟ, ଭରତପୁର ମାମଲାରେ ସାର୍ବଜନୀନ ହେବ ନାହିଁ ମେଜର ଓ ବାନ୍ଧବୀଙ୍କ ପରିଚୟ - Orissa High Court on assault case

ଶୁଭିବନି ଡିଜେ:

ସେହିପରି ସହରର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଷ୍ଟ୍ରିଟ ଲାଇଟ କାମ କରୁନାହିଁ । କେଉଁଠି ସମ୍ପୂର୍ଣ୍ଣ ଖରାପ ହୋଇପଡିଛି ତ ଆଉ କେଉଁଠି ଧପଧପ ହେଉଛି । କୋର୍ଟ ଏନେଇ ଅସନ୍ତୋଷ ଜାହିର କରିବା ସହ କେତୋଟି ସ୍ଥାନରେ ଲାଇଟ ଖରାପ ଅଛି ବୋଲି ପ୍ରଶ୍ନ କରିଥିଲେ । ମାତ୍ର ସିଟି ଇଞ୍ଜିନିୟର ଏନେଇ ସଠିକ ତଥ୍ୟ ରଖି ପାରିନଥିଲେ । ପୂଜା ପୂର୍ବରୁ ସମସ୍ତ ୫୯ଟି ୱାର୍ଡରେ ଲାଇଟ କାର୍ଯ୍ୟ ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ସେହିପରି ଯେଉଁ ମଣ୍ଡପ ଗୁଡିକ ରାସ୍ତା ଅବରୋଧ କରି ତ୍ୱରଣ କରିଛନ୍ତି, ସେଠାରେ ଯେପରି ଟ୍ରଫିକ ସମସ୍ୟା ନ ହୁଏ ତାହା ପ୍ରତି ପଦକ୍ଷେପ ନେବାକୁ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କେବଳ ସେତିକି ନୁହେଁ ପୂଜା ସମୟରେ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି । ବାରମ୍ବାର ତାଗିଦ ସତ୍ତ୍ୱେ ଗଣେଶ ଭଷାଣ ସମୟରେ କାହିଁକି ଡିଜେ ବାଜିଲା ଅର୍ଥାତ ଶବ୍ଦ ପ୍ରଦୂଷଣ ହେଲା ସେନେଇ କୋର୍ଟ ଅସନ୍ତୋଷ ଜାହିର କରିବା ସହ ଏହା ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ପଦକ୍ଷେପ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.