ବରଗଡ: କୁର୍ଲା ଜଙ୍ଗଲରୁ ରକ୍ତାକ୍ତ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣାରେ କ୍ରାଇମ ସିନ ରିକ୍ରିଏସନ କଲା ବରଗଡ ପୋଲିସ । ମୁଖ୍ୟ ଅଭିଯୁକ୍ତ ଗିରଫ ପରେ ଗତକାଲି(ବୁଧବାର) ବରଗଡର କୁର୍ଲା ଜଙ୍ଗଲରେ କାଇମ ସିନ ରିକ୍ରିଏସନ କରିଛି ପୋଲିସ । ପ୍ରେମରେ ଧୋକା ଦେଉଥିବା ସନ୍ଦେହ କରି ଏପରି କାଣ୍ଡ ଭିଆଇଛି ପ୍ରେମିକ । ସେପଟେ ଧିରେ ଧିରେ ସୁସ୍ଥ ହେଉଛନ୍ତି ଯୁବତୀ ।
କୁର୍ଲା ଜଙ୍ଗଲରେ କ୍ରାଇମ ସିନ ରିକ୍ରିଏସନ:
ଗତକାଲି(ବୁଧବାର) କୁର୍ଲା ଜଙ୍ଗଲ ସହ ଅଭିଯୁକ୍ତର ଗ୍ରାମ ବିଜେପୁର ବ୍ଲକ ପୁଟକାରେ ସିନ୍ ରିକ୍ରିଏସନ କରିଛି ବରଗଡ ପୋଲିସ । ପୂର୍ବରୁ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ତେବେ କୁର୍ଲା ଜଙ୍ଗଲରେ ସିନ ରିକ୍ରିଏସନ ସମୟରେ ଘଟଣା ସ୍ଥଳରେ ଅନେକ ସାମଗ୍ରୀ ଜବତ କରିଛି ପୋଲିସ ।
କଥା କଟାକଟିରୁ ଆକ୍ରମଣ:
ସିନ ରିକ୍ରିଏସନ ବେଳେ ବରଗଡ ପୋଲିସର ସୂଚନା ଅନୁଯାୟୀ, ସୋସିଆଲ ମିଡିଆ ଜରିଆରେ ଅଭିଯୁକ୍ତ ରାକେଶ ଦଣ୍ଡସେନା ଓ ପୀଡ଼ିତା ଉଭୟଙ୍କ ମଧ୍ୟରେ ଗଢ଼ିଉଠିଥିଲା ପ୍ରେମ ସମ୍ପର୍କ । ଦୀର୍ଘ ବର୍ଷର ପ୍ରେମ ସମ୍ପର୍କ ପରେ ମଧ୍ୟ ଯୁବତୀ ଜଣକ ଅନ୍ୟ ପୁରୁଷ ସହିତ ସମ୍ପର୍କରେ ରହିଥିବା ରାକେଶ ଜାଣିବାକୁ ପାଇଥିଲେ l ତେବେ ଗତ ଜାନୁଆରୀ ୧୨ରେ ଯୁବତୀ ଜଣକ ଘର ଲୋକଙ୍କୁ ଧନୁଯାତ୍ରା ଦେଖିବା ପାଇଁ ଯାଉଛି କହି ଘରୁ ଆସିଥିଲେ ଏବଂ ରାକେଶ ସହିତ ବାଇକରେ ଯାଇଥିଲେ । ଉଭୟେ କୁର୍ଲା ଜଙ୍ଗଲକୁ ଯାଇଥିବା ବେଳେ ସେଠାରେ ଅନ୍ୟ ସହ ସମ୍ପର୍କ ରଖୁଥିବା କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା l ତେବେ ଉତ୍ୟକ୍ତ ହୋଇ ରାକେଶ ଯୁବତୀଙ୍କୁ ମାଡ଼ ମାରିବା ସହିତ ପଥରରେ ଛେଚି ସେଠାରୁ ଛାଡି ଚାଲିଯାଇଥିଲା ବୋଲି ଅଭିଯୁକ୍ତ ରାକେଶ ଦଣ୍ଡସେନା ପୋଲିସ ଆଗରେ ଜଣାଇଛି । ଯେ ପର୍ଯ୍ୟନ୍ତ ପୀଡ଼ିତା ବୟାନ ନଦେଇଛନ୍ତି ସେ ପର୍ଯ୍ୟନ୍ତ ତଦନ୍ତ ଅସମ୍ପୂର୍ଣ୍ଣ ରହିଛି ବୋଲି ବରଗଡ଼ ଏସପି ଗତକାଲି ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି l
12ରୁ ନିଖୋଜ, ଜଙ୍ଗଲରେ ମିଳିଲେ ରକ୍ତାକ୍ତ ଅବସ୍ଥାରେ:
ଦୁଷ୍କର୍ମ ହୋଇନି:
ପୂର୍ବରୁ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିବା ଚର୍ଚ୍ଚା ହୋଇଥିଲା । ବରଗଡ ଏସପି ଦୁଷ୍କର୍ମ ହୋଇନଥିବା କହିଥିଲେ । ପରେ ଡ଼ାକ୍ତରୀ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇଥିଲା ଯୁବତୀଙ୍କ ସହ ଦୁଷ୍କର୍ମ ହୋଇନି ।
ଟିଟିଲାଗଡରୁ ଅଭିଯୁକ୍ତ ଗିରଫ:
ଗତ ମଙ୍ଗଳବାର ଟିଟିଲାଗଡ଼ରୁ ମୁଖ୍ୟ ଅଭିଯୁକ୍ତ ରାକେଶ ଦଣ୍ଡସେନାକୁ ଗିରଫ କରିଥିଲା ବରଗଡ଼ ପୋଲିସ । ଗତକାଲି(ବୁଧବାର) ଅଭିଯୁକ୍ତ ରାକେଶ ଦଣ୍ଡସେନାକୁ କୁର୍ଲା ଜଙ୍ଗଲ ସହ ଅଭିଯୁକ୍ତର ଗ୍ରାମ ବିଜେପୁର ବ୍ଲକ ପୁଟକାରେ ସିନ ରିକ୍ରିଏସନ କରିଛି ବରଗଡ ପୋଲିସ ।
କଥା କଟାକଟିରୁ ପଥରରେ ଛେଚିଲା ପ୍ରେମିକ:
ବରଗଡ ଏସପି ପ୍ରହଲ୍ଲାଦ ସାହାଇ ମିନା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ‘ଟାଉନ ଥାନାରେ କେସ ନଂ-25 ରୁଜୁ କରାଯାଇଥିଲା । ଆମର ଟିମ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ପୋଲିସ ଗୋଟିଏ ସପ୍ତାହ ମଧ୍ୟରେ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ଟିଟିଲାଗଡ ରେଳ ଷ୍ଟେସନରୁ ତାକୁ ଧରାଯାଇଛି । ଏଥିପାଇଁ 7ଟି ଟିମ ନିୟୋଜିତ ଥିଲା । ନୂଆଦିଲ୍ଲୀ, ହାଇଦ୍ରାବାଦ, ସିକନ୍ଦରାବାଦ, ବିଜୟୱାଡା ଆଦି ଟ୍ରେନରେ ଯାତ୍ରା କରୁଥିଲା । ଯାହା ଜଣାପଡୁଛି ଦୁଇ ଜଣଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା ।’
ଇଟିଭି ଭାରତ, ବରଗଡ