ଆନ୍ଦୋଳନରତ ଚାଷୀଙ୍କ ପାଇଁ ଘଣ୍ଟାକୁ 90 ରୁଟି ତିଆରି କରୁଛି ମେସିନ - ଘଣ୍ଟାକୁ 90 ରୁଟି ତିଆରି କରୁଛି ମିସିନ
🎬 Watch Now: Feature Video

ସୋନିପଥ: କୃଷି ଆଇନକୁ ବିରୋଧ କରି ଚାଷୀ ଆନ୍ଦୋଳନ ଦଶମ ଦିନରେ ପହଁଞ୍ଚିଛି । ନିଜର ଦାବି ନେଇ ଶନିବାର ଚାଷୀ ନେତା ଓ ସରକାରଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇଥିଲା । ଚାଷୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ପୋଲିସ ଦିଲ୍ଲୀରୁ ନୋଏଡ଼ାକୁ ସଂଯୋଗ କରୁଥିବା ଚିଲ୍ଲା ବର୍ଡରକୁ ବନ୍ଦ କରିଛି । ଏହାଛଡ଼ା ସିଙ୍ଘୁ ସୀମାରେ ମଧ୍ୟ ବିପୁଳ ପୋଲିସ ମୁତୟନ ହୋଇଛନ୍ତି । ଅନେକ ସଂଖ୍ୟାରେ ଚାଷୀ ଏକତ୍ରିତ ହୋଇଥିବାରୁ ଏଠାରେ ଏବେ ରୁଟି ତିଆରି ପାଇଁ ଲଗାଯାଇଛି ମେସିନ । ଏହି ମେସିନ ଗୋଟିଏ ମିନିଟରେ ତିଆରି କରୁଛି 15ଟି ରୁଟି । ଆଉ ଗୋଟିଏ ଘଣ୍ଟାରେ 900 ରୁଟି ତିଆରି କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ