ମହିଳାଙ୍କ ଆଦର୍ଶ, ନୂଆ ପୀଢି ପାଇଁ ପ୍ରେରଣାର ଉତ୍ସ ରୁମା ଦେବୀ
🎬 Watch Now: Feature Video
ବାଡମେର: ଅତ୍ୟନ୍ତ ସଂଘର୍ଷଭରା ରହିଛି ରୁମା ଦେବୀଙ୍କ ବାଲ୍ୟ ଜୀବନ । ଅଧିକ ପାଠ ପଢିନଥିଲେ ବି ଏମ୍ବ୍ରୋଡେରୀ ସିଲେଇରେ ପାରଙ୍ଗମ ରୁମା । ଯାହାରି ବଳରେ ସେ ଆଜି ବାଡମେରର ଏକ ଛୋଟ ଗାଁରୁ ହାବାର୍ଡ ୟୁନିଭରସିଟିରେ ଉଦବୋଧନ ଦେଇ ମହିଳାଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ । କସିଦେ ଡିଜାଇନରୁ ଆରମ୍ଭ କରିଥିବା ରୁମା ଦେବୀ ବଡ ବଡ ଡିଜାଇନର୍ସଙ୍କ ସହ ଦେଶ ବିଦେଶରେ ଫ୍ୟାସନ ଶୋ କରିଛନ୍ତି । ଯେଉଁଥିରେ ତାଙ୍କ ଟିମ ଦ୍ବାରା ତିଆରି ବସ୍ତ୍ରକୁ ଡିଜାଇନର ଓ ମଡେଲ୍ସ ପ୍ରସ୍ତୁତ କରିଛନ୍ତି ।