ଅନାବିଳ ପ୍ରେମର ଝଲକ: କୁକୁର ପିଠିରେ ବସି ସହର ବୁଲିଲା ମାଙ୍କଡ଼
🎬 Watch Now: Feature Video
ଅମରାବତୀ: ସାଧାରଣତଃ ଆପଣ ଜାଣିଥିବେ ମାଙ୍କଡ଼ ଓ କୁକୁର ମଧ୍ୟରେ ଦେଖାଯାଇଥାଏ ଅହି-ନକୁଳ ସମ୍ପର୍କ । ଗାଁଗଣ୍ଡାରେ ଆପଣ ଅନେକ ସମୟରେ ଏହି ୨ ପ୍ରାଣୀଙ୍କ ମଧ୍ୟରେ ଲଢେଇ ହେଉଥିବା ଦେଖିଥିବେ । କୁକୁର, ମାଙ୍କଡ଼ ପଲଙ୍କୁ ଦେଖି ଭୋକିବା ଆରମ୍ଭ କରୁଥିବାବେଳେ ମାଙ୍କଡ଼ ମଧ୍ୟ ଖିଙ୍କାରି ହୋଇଥାଏ । କିନ୍ତୁ ଏଠାରେ ମାଙ୍କଡ଼-କୁକୁର ଲଢେଇ କରୁନାହାନ୍ତି, ବରଂ ଏମାନଙ୍କ ମଧ୍ୟରେ ଏକ ସୁନ୍ଦର ବନ୍ଧୁତା ଦେଖିବାକୁ ମିଳିଛି । ଯାହାକି ଆଖାପାଖ ଲୋକଙ୍କୁ କରିଛି ଆକୃଷ୍ଟ । ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ଏଲିସୱାରମ ଅଞ୍ଚଳରେ ଏକ କୁକୁର ପିଠିରେ ମାଙ୍କଡ଼ ଛୁଆଟିଏ ବସି ବୁଲୁଥିବା ଦେଖିବାକୁ ମିଳିଛି । ଉକ୍ତ ଅଞ୍ଚଳରେ ଜଣେ ଯୁବକ କୁକୁରକୁ ପାଳନ କରିଆସୁଥିବା ବେଳେ ଏକ ଆହତ ହୋଇଥିବା ମାଙ୍କଡ଼ ଛୁଆକୁ ମଧ୍ୟ ଉଦ୍ଧାର କରି ଲାଳନ ପାଳନ କରିଥିଲା । ଏହାରି ମଧ୍ୟରେ ୨ ପ୍ରାଣୀଙ୍କ ମଧ୍ୟରେ ପ୍ରେମଭାବ ସହିତ ଏକ ବନ୍ଧୁତା ସୃଷ୍ଟି ହୋଇଛି । ଏଭଳି ବିରଳ ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ଭିଡ଼ିଓ ଉତ୍ତୋଳନ କରିଥିଲେ ଏବଂ ବର୍ତ୍ତମାନ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେବା ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ