ETV Bharat / bharat

ପ୍ରଜ୍ଜଳ ରେବନ୍ନାଙ୍କ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ - PRAJWAL REVANNA BAIL APPEAL

ଯୌନ କେଳେଙ୍କାରୀ ମାମଲାରେ ପ୍ରଜ୍ଜଳ ରେବନ୍ନାଙ୍କ ବେଲ ଆବେଦନ ଖାରଜ କଲେ ସର୍ବୋଚ୍ଚ କୋର୍ଟ । ନିର୍ବାଚନ ସମୟରେ ଗିରଫ ହୋଇ ଜେଲରେ ଅଛନ୍ତି ରେବନ୍ନା ।

ପ୍ରଜ୍ଜଳ ରେବନ୍ନାଙ୍କ ବେଲ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
ପ୍ରଜ୍ଜଳ ରେବନ୍ନାଙ୍କ ବେଲ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ (ETV Bharat odisha)
author img

By ETV Bharat Odisha Team

Published : Nov 11, 2024, 3:53 PM IST

ନୂଆଦିଲ୍ଲୀ: ଯୌନଶୋଷଣ ଓ ଅଶ୍ଳୀଳ ଭିଡିଓ ଭାଇରାଲ ମାମଲାରେ ଗିରଫ ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡାଙ୍କ ନାତି ପ୍ରଜ୍ଜଳ ରେବନ୍ନାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ସର୍ବୋଚ୍ଚ କୋର୍ଟ । ପୂର୍ବରୁ କର୍ଣ୍ଣାଟକ ହାଇକୋର୍ଟ ରେବନ୍ନାଙ୍କ ଜାମିନ ଆବେଦନ ଖାରଜ କରିଥିଲେ । ଏହାକୁ ରେବନ୍ନାଙ୍କ ପକ୍ଷରୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ସେଠାରୁ ମଧ୍ୟ ତାଙ୍କୁ ଆଜି ନିରାଶ ହେବାକୁ ପଡିଛି ।

  • ମାମଲା ଖାରଜ କଲେ ଦୁଇଜଣିଆ ଖଣ୍ଡପୀଠ

ଆଜି (ସୋମବାର) ସର୍ବୋଚ୍ଚ କୋର୍ଟରେ ଜଷ୍ଟିସ ବେଲା ଏମ.ତ୍ରିବେଦୀ ଏବଂ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ପ୍ରଜ୍ଜଳଙ୍କ ଆବେଦନର ଶୁଣାଣି କରିଥିଲେ । ରେବନ୍ନାଙ୍କ ଓକିଲ ବାଲାଜୀ ଶ୍ରୀନିବାସନ ତାଙ୍କୁ ବେଲ ପ୍ରଦାନ କରିବା ପାଇଁ ଯୁକ୍ତି ବାଢିଥିଲେ । ବରିଷ୍ଠ ଓକିଲ ମୁକୁଲ ରୋହତଗୀ ମଧ୍ୟ ରେବନ୍ନାଙ୍କ ପକ୍ଷରୁ ଆଜି ମାମଲା ଲଢିଥିଲେ । ରେହତୋଗୀ କହିଥିଲେ, ଅଭିଯୋଗ ହେବା ସମୟରେ ରେବନ୍ନା ବିଦେଶରେ ଥିଲେ । ମାମଲା ରୁଜୁ ହେବା ପରେ ସେ ନିଜେ ଦେଶକୁ ଫେରି ଆତ୍ମସମର୍ପଣ କରିଥିଲେ । ଏହି ମାମଲାରେ ଚାର୍ଜସିଟ ଦାଖଲ ହୋଇସାରିଛି । ତାଙ୍କ ମହକିଲ ଏଥର ସାଧାରଣ ନିର୍ବାଚନ ଲଢିଥିଲେ ସୁଦ୍ଧା ଏହି କାରଣରୁ ହାରିଯିବାକୁ ବାଧ୍ୟ ହୋଇଥିଲେ । ତଥାପି ଏହା ରେବନ୍ନାଙ୍କୁ ବେଲ ପ୍ରଦାନ କରାଯିବାର ଉପଯୁକ୍ତ କାରଣ ନୁହେଁ ବୋଲି ଖଣ୍ଡପୀଠ କହିବା ସହ ମାମଲାକୁ ଖାରଜ କରିଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ:- ଯୌନ କେଳେଙ୍କାରୀ: ପ୍ରଜ୍ଜଳ ରେବନ୍ନା ଗିରଫ, ଜର୍ମାନୀରୁ ଫେରିବା କ୍ଷଣି ମାଡ଼ିବସିଲା SIT - Prajwal Revanna arrested

  • ନିର୍ବାଚନ ବେଳେ ଫସିଥିଲେ ରେବନ୍ନା

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ’ଜେଡିଏସ’ର ପ୍ରତିଷ୍ଠାତା ମୁଖ୍ୟ ଏଚ.ଡି ଦେବେଗୌଡାଙ୍କ ନାତି ହେଉଛନ୍ତି ପ୍ରଜ୍ଜଳ ରେବନ୍ନା । ଚଳିତ ଲୋକସଭା ନିର୍ବାଚନ ପ୍ରଚାର ଜାରି ରହିଥିବା ବେଳେ ସେ ଏହି ମାମଲାରେ ଫସିଥିଲେ । ଏକାଧିକ ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲେ । ତେବେ ସାଂସଦ ପ୍ରାର୍ଥୀ ହୋଇଥିବା ରେବନ୍ନା ହଠାତ ଅନ୍ତର୍ଧ୍ୟାନ ହୋଇଯାଥିଲେ ଓ ପରବର୍ତ୍ତୀ ସମୟରେ ସେ ଜର୍ମାନୀରେ ଥିବା ସୂଚନା ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ: ଦେବେ ଗୌଡ଼ାଙ୍କ ନାତି ବିରୋଧରେ ସଙ୍ଗୀନ ଅଭିଯୋଗ, ମହିଳାଙ୍କୁ କରୁଛନ୍ତି ବ୍ଲାକମେଲ - Deve Gowdas Grandsons Sex Scandal

  • ଜୋର ଧରିଥିଲା ରାଜନୀତି

ଏହି ମାମଲାକୁ ନେଇ କର୍ଣ୍ଣାଟକରେ ରାଜନୀତି ଜୋର ଧରିଥିଲା । ‘ଜେଡିଏସ’ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟର ସହଯୋଗୀ ଥିବା କାରଣରୁ କଂଗ୍ରେସ ସିଧା ବିଜେପିକୁ ଟାର୍ଗେଟ କରିଥିଲା । ପରେ ରେବନ୍ନାଙ୍କ ବିରୋଧରେ ବେଙ୍ଗାଲୁରୁ ପୋଲିସ ଲୁକ-ଆଉଟ ନୋଟିସ୍‌ ମଧ୍ୟ ଜାରି କରିଥିଲା । ରେବନ୍ନା ବିଦେଶରୁ ଫେରିବା ମାତ୍ରେ ତାଙ୍କୁ ବିମାନ ବନ୍ଦରରେ ହିଁ ଗିରଫ କରିଥିଲା ପୋଲିସ । ପରବର୍ତ୍ତୀ ସମୟରେ ସେ ନିର୍ବାଚନରେ ପରାଜିତ ମଧ୍ୟ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: କର୍ଣ୍ଣାଟକ ଅଶ୍ଳୀଳ ଭିଡିଓ କେଳେଙ୍କାରୀ: ବିଜେପି ନେତାଙ୍କ ସହଯୋଗୀ ସମେତ ୨ ଅଭିଯୁକ୍ତ ଗିରଫ - Prajwal Revanna Sex Scandal

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.