ETV Bharat / bharat

ପ୍ରଦୂଷଣମୁକ୍ତ ପରିବେଶରେ ବଞ୍ଚିବା ଜଣେ ନାଗରିକର ମୌଳିକ ଅଧିକାର: ସୁପ୍ରିମକୋର୍ଟ - AIR POLLUTION CASE

ଦିଲ୍ଲୀ ପ୍ରଦୂଷଣକୁ ନେଇ କଠୋର ହେଲେ ସର୍ବୋଚ୍ଚକୋର୍ଟ । ଚଳିତ 25 ସୁଦ୍ଧା ମାଗିଲେ ଜବାବ ।

‘ପ୍ରଦୂଷଣମୁକ୍ତ ପରିବେଶରେ ବଞ୍ଚିବା ଏକ ମୌଳିକ ଅଧିକାର, କୌଣସି ଧର୍ମ ପ୍ରଦୂଷଣକୁ ପ୍ରୋତ୍ସାହିତ କରେନାହିଁ ’
‘ପ୍ରଦୂଷଣମୁକ୍ତ ପରିବେଶରେ ବଞ୍ଚିବା ଏକ ମୌଳିକ ଅଧିକାର, କୌଣସି ଧର୍ମ ପ୍ରଦୂଷଣକୁ ପ୍ରୋତ୍ସାହିତ କରେନାହିଁ ’ (ETV Bharat odisha)
author img

By ETV Bharat Odisha Team

Published : Nov 11, 2024, 5:05 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଓ ‘ଏନସିଆର’ ଏରିଆରେ ଚିନ୍ତାଜନକ ଭାବେ ପ୍ରଦୂଷଣ ବୃଦ୍ଧି ହେବା ମାମଲାରେ ସର୍ବୋଚ୍ଚ କୋର୍ଟ ଆଜି(ସୋମବାର) ବଡ ଟିପ୍ପଣୀ କରିଛନ୍ତି । କୌଣସି ଧର୍ମ ଆଳରେ କେବେ ପ୍ରଦୂଷଣକୁ ପ୍ରୋତ୍ସାହନ ଦିଆଯାଇ ପାରିବନାହିଁ । ସମ୍ବିଧାନ ପ୍ରଦତ୍ତ ଅନ୍ୟ ମୌଳିକ ଅଧିକାର ପରି ପ୍ରଦୂଷଣମୁକ୍ତ ପରିବେଶରେ ବଞ୍ଚିବା ପ୍ରତ୍ୟକ ନାଗରିକଙ୍କର ଏକ ମୌଳିକ ଅଧିକାର । ଏହାକୁ ନିଶ୍ଚିତ କରିବାକୁ ହେବ । କୌଣସି ଧର୍ମ କେବେ ପ୍ରଦୂଷଣକୁ ପ୍ରୋତ୍ସାହିତ କରେନାହିଁ । ତେଣୁ ଏହାକୁ ରୋକ ଲଗାଇବାକୁ ପ୍ରଭାବୀ ପଦକ୍ଷେପ ଗ୍ରହଣ କରିବା ଏବେ ଜରୁରୀ ବୋଲି କୋର୍ଟ କହିଛନ୍ତି ।

  • ପ୍ରଦୂଷଣ କିଛି ଲୋକଙ୍କ ମୌଳିକ ଅଧିକାର କ୍ଷୂର୍ଣ୍ଣ କରୁଛି

ଦିଲ୍ଲୀରେ ଅନିୟନ୍ତ୍ରିତ ପ୍ରଦୂଷଣ ମାମଲାର ଶୁଣାଣି ଆଜି ଜଷ୍ଟିସ ଅଭୟ ଏସ.ଓକା ଓ ଅଗଷ୍ଟିନ ଜର୍ଜ ମାସିହଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠରେ ହୋଇଥିଲା । ଖଣ୍ଡପୀଠ କହିଥିଲେ, ପ୍ରଦୂଷଣମୁକ୍ତ ପରିବେଶରେ ବଞ୍ଚିବାର ଅଧିକାର ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାର, ଯାହା ସମ୍ବିଧାନର ଧାରା-21 ଦ୍ବାରା ସଂରକ୍ଷିତ ରହିଛି । ଯଦି ପ୍ରଦୂଷଣକାରୀ ବାଣ ଫୁଟାଯିବା ଏକ ଫ୍ୟାସନ, ତେବେ ଏହା ଅନ୍ୟମାନଙ୍କର ସ୍ବାସ୍ଥ୍ୟ ସମ୍ପର୍କିତ ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି । ଏକଥା ଆମକୁ ଗମ୍ଭୀରତାର ସହ ଚିନ୍ତା କରିବାକୁ ପଡିବ ।

ଏହା ମଧ୍ୟ ପଢନ୍ତୁ :- ଦୀପାବଳି ପରେ ବିଗିଡ଼ିଗଲା ବାୟୁମଣ୍ଡଳ ସ୍ଥିତି, ବାଣ ଯୋଗୁଁ ରାଜଧାନୀରେ କୃତ୍ରିମ କୁହୁଡ଼ି

ଏହା ମଧ୍ୟ ପଢ଼ନ୍ତୁ...ଫୁଟିଲା ବାଣ, ବଢିଲା ପ୍ରଦୂଷଣ: ଭୁବନେଶ୍ୱରରେ ବର୍ଷା ଦେଲା ଆଶ୍ୱସ୍ତି

  • ପ୍ରଭାବୀ ପଦକ୍ଷେପ ନିଅ ଓ କୋର୍ଟଙ୍କୁ ଜଣାଅ

ଏହି ଟିପ୍ପଣୀ ସହ କୋର୍ଟ ଦିଲ୍ଲୀ ସରକାରଙ୍କୁ କେବଳ ନିର୍ଦ୍ଦିଷ୍ଟ ପର୍ବାଣୀରେ ନୁହେଁ ବରଂ ବର୍ଷ ସାରା ବାଣଫୁଟା ବନ୍ଦ କରିବାକୁ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଜାତୀୟ ରାଜଧାନୀ କ୍ଷେତ୍ର (ଏନସିଆର) ସଲଗ୍ନ ସମସ୍ତ ରାଜ୍ୟ ଏହି ମାମଲାରେ ମଧ୍ୟ ଚିନ୍ତା କରି ଉଚିତ ପଦକ୍ଷେପ ଗ୍ରହଣ କରିବେ । ଚଳିତମାସ (ନଭେମ୍ବର) 25 ସୁଦ୍ଧା ଏହି ମାମଲାରେ ସେମାନେ କ’ଣ ପ୍ରଭାବୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି, ତାହା କୋର୍ଟଙ୍କୁ ଅବଗତ କରିବେ । ନଭେମ୍ବର 25 ପୂର୍ବରୁ ଦିଲ୍ଲୀ ସମେତ ‘ଏନସିଆର’ ସମସ୍ତ ଅଂଶୀଦାର ରାଜ୍ୟ ଯଥା, ଉତ୍ତର ପ୍ରଦେଶ, ହରିୟାଣା ଓ ପଞ୍ଜାବ ସରକାର ଏକ ସତ୍ୟପାଠ ଦାଖଲ କରିବେ ।

ଏହା ମଧ୍ୟ ପଢ଼ନ୍ତୁ...ଦୀପାବଳି ପରେ ବିଗିଡିଲା କଟକର ପରିବେଶ, ଧୂଆଁ ବଳୟରେ କଲବଲ ଲୋକେ

ଏହା ମଧ୍ୟ ପଢ଼ନ୍ତୁ...ଦୀପାବଳି ପରେ ବଢ଼ିଲା ପ୍ରଦୂଷଣ ମାତ୍ରା; ଧୂଆଁମୟ ଟ୍ବିନ ସିଟି,ସୂର୍ଯ୍ୟ ମନ୍ଦିରରେ କୁହୁଡ଼ି ଆସ୍ତରଣ

  • ବିଶ୍ବର ଅନ୍ୟତମ ପ୍ରଦୂଷିତ ସହର ତାଲିକାରେ ଦିଲ୍ଲୀ:-

ଦିଲ୍ଲୀ ସମେତ ସମଗ୍ର ଏନସିଆର ଏରିଆରେ ଏବେ ବାୟୁ ପ୍ରଦୂଷଣ ସାଙ୍ଘାତିକ ସ୍ଥିତିରେ ରହିଛି । ବିଷାକ୍ତ ବାୟୁ ବଳୟରେ ପୂରା ରାଜଧାନୀ ଦିଲ୍ଲୀ । ଏହା ପ୍ରଭାବରେ ଦୃଶ୍ୟମାନ୍ୟତା ହ୍ରାସ ପାଇବା ସହ ଏକାଧିକ ସ୍ବାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଯିବା ଆରମ୍ଭ ଗଲାଣି । ଏବେ ଦିଲ୍ଲୀ ବିଶ୍ବର ଏକ ପ୍ରମୁଖ ପ୍ରଦୂଷିତ ଜନବହୁଳ ସହର ଭାବେ ସାମ୍ନାକୁ ଆସିଛି । ନିକଟରେ ଏକାଧିକ କଟକଣା ସତ୍ତ୍ବେ ମଧ୍ୟ ଦୀପାବଳିରେ ପ୍ରଦୂଷଣ ମାତ୍ରା ବଢିଛି । ଅନ୍ୟପଟେ ପାର୍ଶ୍ବବର୍ତ୍ତୀ ତଥା କୃଷିବହୁଳ ହରିୟାଣା ଓ ପଞ୍ଜାବ ପରି ଅମଳ ପରେ କ୍ଷେତରେ ଲଗାଯାଉଥିବା ନିଆଁ ଫଳରେ ଦିଲ୍ଲୀର ବାୟୁ ବିଷାକ୍ତ ହେବାରେ ଲାଗିଛି । ଏହାକୁ ମଧ୍ୟ ରୋକିବା ପାଇଁ କୃଷକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.