ଲେହରେ ମୋଦି, ବିସ୍ତାରବାଦ ନୁହେଁ ଏବେ ବିକାଶବାଦର ଯୁଗ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

🎬 Watch Now: Feature Video

thumbnail

By

Published : Jul 3, 2020, 7:42 PM IST

ଲଦାଖ: ଭାରତ-ଚୀନ ସୀମା ବିବାଦ ମଧ୍ୟରେ ଅଚାନକ ଲେହ ଗସ୍ତରେ ପହଞ୍ଚିଥିବା ମୋଦି ଚୀନକୁ କଡା ସନ୍ଦେଶ ଦେଇଛନ୍ତି । ଭାରତୀୟ ଯବାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିସ୍ତାରବାଦର ଯୁଗ ଶେଷ ହୋଇଛି । ଏବେ ବିକାଶବାଦର ସମୟ ଆସିଛି । ବଦଳୁଥିବା ସମୟରେ ବିକାଶବାଦ ହିଁ ମୁଖ୍ୟ ପ୍ରସଙ୍ଗ । ବିକାଶବାଦ ପାଇଁ ଏହା ଭଲ ସୁଯୋଗ ଏହା ହିଁ ଭବିଷ୍ୟତର ଆଧାର ବୋଲି ମୋଦି କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଗତ କିଛି ଶତାବ୍ଦୀର ବିସ୍ତାରବାଦ ହିଁ ମାନବ ସମାଜକୁ ଅଧିକ କ୍ଷତି ପହଞ୍ଚାଇଛି । ମାନବତାକୁ ବିନାଶ କରିବାର କାମ କରିଛି । ବିସ୍ତାରବାଦର ବିଜୟ ଯାହା ମୁଣ୍ଡରେ ପଶେ ସିଏ ବିଶ୍ବ ଶାନ୍ତି ପାଇଁ ବିପଦ ସୃଷ୍ଟି କରେ । କିନ୍ତୁ ଏଭଳି ଶକ୍ତି ନଷ୍ଟ ହୋଇଯାଏ ବୋଲି ମୋଦି କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.