ବ୍ରାସିଲିଆ: ଖ୍ରୀଷ୍ଟମାସ ପୂର୍ବରୁ ବ୍ରାଜିଲରେ ବିମାନ ଦୁର୍ଘଟଣା । ଦକ୍ଷିଣ ବ୍ରାଜିଲର ଗ୍ରାମାଡୋର ଏକ ବିଲ୍ଡିଂରେ ପିଟି ହେଲା ବିମାନ । ଦୁର୍ଘଟଣାରେ 10 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । କେଉଁ କାରଣରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା ତାହା ବର୍ତ୍ତାମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ସୁରକ୍ଷା ଏଜେନ୍ସି ଘଟଣାର ତଦନ୍ତ କରୁଛି । ରବିବାର ସକାଳ ସମୟରେ ବ୍ରାଜିଲର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଗ୍ରାମାଡୋରେ ଏହି ବିମାନ ଦୁର୍ଘଟଣା ଘଟିଥିଲା । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା କୁହାଯାଉଛି ।
ବ୍ରାଜିଲର ଅଧିକାରୀଙ୍କ କହିବାନୁସାରେ, ବିମାନଟି ଅନେକ ବିଲ୍ଡିଂକୁ ଧକ୍କା ଦେଇଥିଲା । 10 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 12 ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରିଓ ଗ୍ରାଣ୍ଡେ ଡୋ ସୁଲକେ ନାଗରିକ ସୁରକ୍ଷା ବିଭାଗ ନିଶ୍ଚିତ କରିଛି ଯେ, ଏହି ବିମାନ ଦୁର୍ଘଟଣାରେ ଅତି କମରେ 17 ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ବିମାନ ମଧ୍ୟରେ ଧୂଆଁ ଯୋଗୁଁ ଅସୁସ୍ଥ ରହିଛନ୍ତି । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ନିଆଁରେ ଉଭୟ ଜଳିଯାଇଛନ୍ତି ।
ନ୍ୟାସନାଲ ସିଭିଲ ଡିଫେନ୍ସ ଅନୁଯାୟୀ, ବିମାନଟି ସ୍ଥାନୀୟ ବିମାନବନ୍ଦରରୁ ଉଡ଼ିବାର କିଛି ସମୟ ପରେ ଏହି ଦୁର୍ଘଟଣା ଘଟିଥିଲା। ବିମାନଟି ପ୍ରଥମେ ଏକ କୋଠାର ଚିମିନିକୁ ଧକ୍କା ଦେଇଥିଲା ତା’ପରେ ଏକ ଆବାସିକ ଘରକୁ ଧକ୍କା ଦେଇଥିଲା ଏବଂ ପରେ ଏକ ଦୋକାନକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରୁ ମିଳିଥିବା ଭିଡିଓ ଫୁଟେଜରେ ଦେଖିବାକୁ ମିଳିଛି ଯେ, ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ପଡି ରହିଛି । ଏଥିରୁ ନିଆଁ ଓ ଧୂଆଁ ବାହାରୁଛି । ସହର ପାଗ ଆକାଶ ମେଘୁଆ କହିବା ସହ କୁହୁଡି ଭରି ରହିଛି । ସ୍ଥାନୀୟ ଅଧିକାରୀ ମାନେ ଅନୁମାନ କରୁଛନ୍ତି ଯେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ରିଓ ଗ୍ରାଣ୍ଡେ ଡୋ ସୁଲ୍ ଗଭର୍ଣ୍ଣର ଏଡୁଆର୍ଡୋ ଲେଟେ ସୂଚାଇ ଦେଇଛନ୍ତି ଯେ, ପ୍ରାରମ୍ଭିକ ରିପୋର୍ଟରେ ଦର୍ଶାଯାଇଛି ଯେ ବିମାନରେ ଥିବା ଲୋକମାନେ ବଞ୍ଚି ନାହାଁନ୍ତି।
ରିପୋର୍ଟ ଅନୁଯାୟୀ, ପ୍ରାଥମିକ ସୂଚନାରୁ ଏହା ଜଣାପଡିଛି ଯେ, ବିମାନରେ 10 ଜଣ ଯାତ୍ରୀ ଥିଲେ, କିନ୍ତୁ ମୃତକଙ୍କ ମଧ୍ୟରୁ ସମସ୍ତ ଯାତ୍ରୀ ବିମାନରେ ଯାତ୍ରା କରୁଥିଲେ ନା ବିମାନ ତଳେ ପଡିବା ପରେ ସ୍ଥାନୀୟ ଲୋକ ମଧ୍ୟ ଏଥିରେ ସାମିଲ ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଅଧିକାରୀମାନେ ଦୁର୍ଘଟଣାର କାରଣ ଜାଣଇବାକୁ ତଦନ୍ତ କରୁଛନ୍ତି।