ETV Bharat / bharat

ସରକାରୀ ଯୋଜନାରେ ସନ୍ନି ଲିଓନିଙ୍କ ନାମ; ମାସିକ ଆକାଉଣ୍ଟକୁ ଆସୁଛି ହଜାର ଟଙ୍କା - MAHTARI VANDAN YOJANA

ମହିଳା କୈନ୍ଦ୍ରିକ ସରକାରୀ ଯୋଜନାରେ ସାମିଲ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି । ସାମିଲ ଆକାଉଣ୍ଟକୁ ଯାଉଛି ଏକ ହଜାର ଟଙ୍କା । ଅଭିଯୋଗ ଆଣିଲା ଛତିଶଗଡ କଂଗ୍ରେସ ।

Sunny Leone
Sunny Leone (Etv Bharat)
author img

By ETV Bharat Odisha Team

Published : Dec 23, 2024, 7:42 AM IST

Updated : Dec 23, 2024, 1:22 PM IST

ରାୟପୁର: ଛତିଶଗଡରେ ବିଜେପି ସରକାର ମହିଳାଙ୍କୁ ଶସକ୍ତିକରଣ କରିବାକୁ ମହତାରୀ ବନ୍ଧନ ଯୋଜନାରେ ମାସିକ ଏକ ହଜାର ଟଙ୍କା ହିତାଧିକାରୀଙ୍କୁ ପଠାଉଛନ୍ତି । ଏହି ଯୋଜନାରେ ଲକ୍ଷ ଲକ୍ଷ ମହିଳା ଉପକୃତ ହୋଇଥିବା ବେଳେ 10ରୁ ଅଧିକ କିସ୍ତି ପ୍ରଦାନ କରାଯାଇଛି। ମହିଳା କୈନ୍ଦ୍ରିକ ଏହି ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି କଂଗ୍ରେସ । ଅଣ-ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯାଇ ଅର୍ଥ ହସ୍ତାନ୍ତର କରୁଥିବା ନେଇ ବିବାଦ ସୃଷ୍ଟି କରିଛି। ବଲିଉଡ ଅଭିନେତ୍ରୀ ସନ୍ନି ଲିଓନିଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ମାସିକ ହଜାର ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଉଥିବା ଅଭିଯୋଗ ହୋଇଛି ।

ସରକାରୀ ଯୋଜନାରେ ମାସକୁ ହଜାର ଟଙ୍କା ପାଉଛନ୍ତି ସନ୍ନି ଲିଓନି:

ଅଭନପୁର ବିଧାନସଭାର ଯୁବ କଂଗ୍ରେସ ସଭାପତି ଜୟବର୍ଦ୍ଧନ ବାଘେଲ ଫେସବୁକରେ ଅଭିଯୋଗ କରିଛନ୍ତି ଯେ, ଏହି ଯୋଜନା ଅଧିନରେ ଅଭିନେତ୍ରୀ ସନ୍ନି ଲିଓନିଙ୍କ ନାମରେ ଟଙ୍କା ହସ୍ତାନ୍ତର କରାଯାଇଛି। ବାଘେଲଙ୍କ କହିବା ଅନୁଯାୟୀ, ଯୋଜନାର ତାଲିକାରେ ପଞ୍ଜୀକୃତ ହୋଇଥିବା ଆବେଦନକାରୀଙ୍କ ବିବରଣୀରେ ହିତାଧିକାରୀ ଭାବରେ ସନ୍ନି ଲିଓନିଙ୍କ ନାମ ମଧ୍ୟ ରହିଛି। ତାଙ୍କ ସ୍ବାମୀଙ୍କ ନାମ ଜନି ସିନ୍ସ ଓ ଘର ଠିକଣା ବସ୍ତରର ତାଲୁର ଅଞ୍ଚଳରେ ଉଲ୍ଲେଖ ରହିଛି । ଅଙ୍ଗନୱାଡି ମାଧ୍ୟମରେ ଏହି ଆବେଦନ କରାଯାଇଛି । ଯେଉଁଥିରେ ଗତ ମାର୍ଚ୍ଚରୁ ଏକ ସରକାରୀ ବ୍ୟାଙ୍କ ଆକାଉଣ୍ଟରେ ମାସିକ 1000 ଟଙ୍କା ଜମା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବାସଭବନକୁ ଅଣ୍ଡା-ଟମାଟୋ ମାଡ - STONE PELTING ON ALLU ARJUN HOUSE

ଏହା ମଧ୍ୟ ପଢନ୍ତୁ-ପ୍ରୀତି ଲୋବାନାଙ୍କ ହାତରେ Google Indiaର କମାଣ; କିଏ ସେ ଜାଣନ୍ତୁ.. - NEW VICE PRESIDENT OF GOOGLE INDIA

ତଦନ୍ତ ଦାବି କଲା କଂଗ୍ରେସ:

ଛତିଶଗଡ କଂଗ୍ରେସ କମିଟି ସଭାପତି ଦୀପକ ବାଇଜ ଏହି ଅନିୟମିତତା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦାବି କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, 75 ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ 50 ଲକ୍ଷରୁ ଅଧିକ ଅଣ ହିତାଧିକାରୀ ରହିଛନ୍ତି । ଯେଉଁଥିରେ ମୃତ ମହିଳା ଏବଂ ଯେଉଁମାନେ ନିଜ ଗାଁ ଛାଡିଛନ୍ତି ସେମାନଙ୍କୁ ଅର୍ଥ ହସ୍ତାନ୍ତର କରାଯାଇଛି। ଏହା ମହତାରୀ ବନ୍ଧନ ଯୋଜନାରେ ସବୁଠାରୁ ବଡ ଘୋଟାଲା ହୋଇପାରେ।

ପ୍ରତିକ୍ରିୟା ରଖିଲା ବିଜେପି:

ବିଜେପି ବିଧାୟକ ସୁଶାନ୍ତ ଶୁକ୍ଲା କହିଛନ୍ତି ଯେ, ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ବିଷ୍ଣୁଦେବ ସାଏ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ମହିଳା କୈନ୍ଦ୍ରିକ ଯୋଜନା ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ଯୋଜନାରେ ବିଜେପି ସରକାର ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭଲ ଶାସନ ପ୍ରତିଫଳିତ ହୋଇଛି। ଯୋଜନାର ସଫଳତା ବିରୋଧି ଦେଖିପାରୁନାହାନ୍ତି । କଂଗ୍ରେସର ଅଭିଯୋଗକୁ ଭିତ୍ତିହୀନ । ବିଗତ ପାଞ୍ଚ ବର୍ଷ ମଧ୍ୟରେ ମହିଳାଙ୍କ ପାଇଁ କିଛି କରିପାରିନଥିଲା କଂଗ୍ରେସ । ମହିଳାଙ୍କୁ ମାସିକ 500 ଟଙ୍କା ଦେବା ପାଇଁ ଦେଇଥିବା ପ୍ରତିଶ୍ରୁତି କଂଗ୍ରେସ ପୂରଣ କରିପାରିନଥିଲା ।

Last Updated : Dec 23, 2024, 1:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.