ଦୁବାଇ ବିମାନରେ ଜୟ ଜଗନ୍ନାଥ ଧ୍ବନି, ନେତୃତ୍ବ ନେଲେ ଓଡିଆ ପାଇଲଟ - G9-645 ବିମାନ
🎬 Watch Now: Feature Video
ଆବୁଧାବି: ଭାରତ ସରକାରଙ୍କ ବନ୍ଦେ ଭାରତ ମିଶନ ଯୋଗେଁ ଆରବରୁ ସ୍ବତନ୍ତ୍ର ବିମାନ ଯୋଗେଁ ଓଡିଶା ଫେରିଛନ୍ତି 215 ପ୍ରବାସୀ ଭାରତୀୟ । ତେବେ ପ୍ରବାସୀଙ୍କୁ ନେଇ ଓଡିଶା ଫେରିଥିବା ଏୟାର ଆରବିଆର G9-645 ବିମାନ ୟୁଏଇ ମାଟିରୁ ଉଡାଣ ଭରିବା ପୂର୍ବରୁ ଏଥିରେ ଓଡିଆରେ ହୋଇଥିଲା ଘୋଷଣା । ଆଉ ଏହି ଘୋଷଣା କରିଥିଲେ ଓଡିଆ ପାଇଲଟ ମଧୁସ୍ମିତା ପଟ୍ଟନାୟକ । ସାଧାରଣତଃ ବିମାନରେ ଇଂରାଜୀରେ ଘୋଷଣା ହୋଇଥାଏ, ହେଲେ ଯେହେତୁ ଏହି ବିମାନକୁ ଜଣେ ଓଡିଆ ପାଇଲଟ ଉଡାଉଥିଲେ ଏଥିପାଇଁ ସେ ନିଜ ମାତୃଭାଷାକୁ ଦେଇଥିଲେ ପ୍ରାଥମିକତା । ତେବେ ସମ୍ପୂର୍ଣ୍ଣ ବିମାନଟି ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହୋଇ ଉଠିଥିଲା ।