ପୂର୍ବ ଲଦାଖ ସୀମାରେ ଚୀନ ସେନାର ଯୁଦ୍ଧାଭ୍ୟାସ, ସ୍ଥଳସେନା ମୁଖ୍ୟ କହିଲେ ଚିନ୍ତା କରିବାର କାରଣ ନାହିଁ
🎬 Watch Now: Feature Video
ନୂଆଦିଲ୍ଲୀ: ପୂର୍ବ ଲଦାଖର ଏଲଏସିରେ ଚୀନ ସେନାର ଯ଼ୁଦ୍ଧାଭ୍ୟାସକୁ ନେଇ ବଢିଛି ଚିନ୍ତା । ହେଲେ ଏ ନେଇ ଚିନ୍ତାର କୌଣସି କାରଣ ନାହିଁ ବୋଲି ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ ନାରାଓ୍ବାଣେ କହିଛନ୍ତି । ଏହି ସମୟରେ ଉଭୟ ଭାରତ ଓ ଚୀନ ସେନା ନିଜ ନିଜର କ୍ଷେତ୍ରରେ ରହି ଯ଼ୁଦ୍ଧାଭ୍ୟାସ କରିଥାନ୍ତି । ଚୀନ ପକ୍ଷରୁ ସେହିପରି ଏକ ନିୟମିତ ଯ଼ୁଦ୍ଧାଭ୍ୟାସ କରାଯାଉଥିବା କହିଛନ୍ତି ନର୍ଭାଣେ ।