ନୈନିତାଲରେ ବର୍ଷର ପ୍ରଥମ ତୁଷାରପାତ, ଖୁସିରେ ଆତ୍ମହରା ପର୍ଯ୍ୟଟକ - ନୈନିତାଲରେ ଜମୁଛି ପର୍ଯ୍ୟଟକଙ୍କ ଭିଡ
🎬 Watch Now: Feature Video
ଡେରାଡୁନ: ଉତ୍ତରାଖଣ୍ଡର ସରୋବର ନଗରୀ ନୈନିତାଲ(Snowfall at Nainital) ହୋଇଛି ଚଳିତ ବର୍ଷର ପ୍ରଥମ ତୁଷାରପାତ । ବରଫ ଚାଦରର ତଳେ ଢାଙ୍କି ହୋଇ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କୁ ସ୍ବାଗତ ଜଣାଇଛି ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସ୍ଥାନଟି । ରାସ୍ତାଘାଟ, ଘର, ଗଛ ଉପରେ ଧଳା ଚାଦର ଭଳି ବରଫ ଜମିଥିବାବେଳେ ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିଛନ୍ତି ପର୍ଯ୍ୟଟକ । ଗତ ଗୁରୁବାରଠାରୁ ନୈନିତାଲରେ ପାରଦ ଖସିଥିବାବେଳେ ସୋମବାର ସକାଳୁ ହୋଇଛି ତୁଷାରପାତ । ଏବେ ମଧ୍ୟ ନୈନିତାଲର ଉଚ୍ଚ ସ୍ଥାନରେ ହାଲକା ତୁଷାରପାତ ଜାରି ରହିଛି । କିଛି ଦିନ ପୂର୍ବରୁ ଏଠାରେ ହାଲକା ତୁଷାରପାତ ହୋଇଥିବାବେଳେ ଆଗକୁ ତୁଷାରପାତ ଜାରି ରହିବ ବୋଲି ପର୍ଯ୍ୟଟକ ଆଶା କରିଥିଲେ । ତେବେ ତୁଷାରପାତ ହେବା ପରେ ପର୍ଯ୍ୟଟକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।