ଗଙ୍ଗାନଦୀରେ ଭାସୁଛି 50ରୁ ଊର୍ଦ୍ଧ୍ବ ମୃତଦେହ - ଗଙ୍ଗାନଦୀରେ ଭାସୁଛି 50ରୁ ଉର୍ଦ୍ଧ୍ବ ମୃତଦେହ
🎬 Watch Now: Feature Video
ପାଟନା:ବକ୍ସର ଜିଲ୍ଲାର ଗଙ୍ଗା ନଦୀରେ ଭାସୁଛି 50ରୁ ଊର୍ଦ୍ଧ୍ବ ମୃତଦେହ । ସମସ୍ତ ମୃତଦେହ ଗଳିତ ଅବସ୍ଥାରେ ଥିବା ନଜର ଆସିଛି । ଗଙ୍ଗା ନଦୀକୂଳରେ ମୃତଦେହ ଭାସୁଥିବା ଦେଖି ଜିଲ୍ଲାପାଳଙ୍କୁ ଖବର ଦେଇଛନ୍ତି ଆମ ଇଟିଭି ଭାରତ ପ୍ରତିନିଧି । ତେତେ ମୃତଦେହ ଗୁଡିକୁ ଶେଷକୃତ୍ୟ କରିବା ଉଦ୍ଦେଶ୍ୟରେ ଗଙ୍ଗା ନଦୀରେ ଭସାଇ ଦିଆଯାଇଥିବା ଜଣାପଡିଛି । ନଦୀର ଜଳସ୍ତର କମିବା କାରଣରୁ ମୃତଦେହ ଗୁଡିକ ନଦୀପଠାକୁ ଉଠି ଆସିଛି । ପ୍ରକାଶଥାଉକି, ମହାଦେବ ଘାଟ ନିକଟରେ ଏହି ମୃତଦେହ ଗୁଡିକୁ ଦେଖିବାକୁ ମିଳିଛି, ଯେଉଁଠି କୁକୁର ମୃତଦେହ ଗୁଡିକୁ ଟାଣି ବାହାର କରିବାକୁ ଚେଷ୍ଟା କରୁଥିଲେ । ‘ଇଟିଭି ଭାରତ’ ପ୍ରତିନିଧିଙ୍କଠାରୁ ଖବର ପାଇବା ପରେ ବକ୍ସର ଜିଲ୍ଲାପାଳ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
Last Updated : May 10, 2021, 1:57 PM IST